Categories: ଜାତୀୟ

୭ ଲଶ୍କର ଆତଙ୍କବାଦୀ ଗିରଫ

ଜମ୍ମୁ, ୧୯ା୭: ଜମ୍ମୁ-କଶ୍ମୀରର ରାଜୌରୀ ଜିଲାରେ ସୋମବାର ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଲଶ୍କର-ଏ-ତୋଇବା(ଏଲ୍‌ଇଟି)ର ୭ସଦସ୍ୟ ଗିରଫ ହୋଇଛନ୍ତି। ଏହି ଆତଙ୍କବାଦୀମାନେ ସୀମା ସେପଟରୁ ଆସୁଥିବା ନିର୍ଦ୍ଦେଶକୁ ପାଳନ କରି ବିଭିନ୍ନ ସ୍ଥାନରେ ଆକ୍ରମଣ କରିଥିବା ପୋଲିସ ଜାଣିବାକୁ ପାଇଛି। ପାକିସ୍ତାନରେ ଥିବା ଲଶ୍ମର ଆତଙ୍କବାଦୀ ବଶିର୍‌ଙ୍କ ଅଧୀନରେ ପରିଚାଳିତ ଫୈଜଲ ମୁନିରଙ୍କ ସହ ସେମାନେ ଯୋଗାଯୋଗରେ ଥିଲେ ବୋଲି ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ମିଳିଛି।

Share