Categories: ଖେଳ

ପ୍ରଥମ ଦିନରେ ଓଡ଼ିଶାକୁ ୭ ପଦକ

ଭୁବନେଶ୍ୱର, ୧୨।୮(ତପନ ସ୍ବାଇଁ): ଦିଲ୍ଲୀର ତାଲକୋଟ୍ରାଠାରେ ଚାଲିଥିବା ଇଣ୍ଡିପେଣ୍ଡେନ୍ସ କପ୍‌ କରାଟେ ପ୍ରତିଯୋଗିତାର ପ୍ରଥମ ଦିବସରେ ଶୁକ୍ରବାର ଓଡ଼ିଶା ପ୍ରତିଯୋଗୀ ୭ ପଦକ ହାସଲ କରିଛନ୍ତି। ଏହା ମଧ୍ୟରେ ୩ ସ୍ବର୍ଣ୍ଣ, ୧ ରୌପ୍ୟ ଓ ୩ ବ୍ରୋଞ୍ଜ ସାମିଲ। ସିନିୟର ବିଭାଗ ୫୫ କେଜି ଫାଇଟରେ ଡି. ଭଗବାନ ରେଡ୍ଡୀ, ୪୫ କେଜି ମହିଳା ଫାଇଟ୍‌ରେ ସିନ୍ଧୁ ତନୟା ଖୁଣ୍ଟିଆ ଓ ୫୦ କେଜି ମହିଳା ଫାଇଟ୍‌ରେ ଲୋମା ସ୍ବାଇଁ ସ୍ବର୍ଣ୍ଣ ପଦକ ଜିତିଛନ୍ତି। କୃଷ୍ଣ ଚନ୍ଦ୍ର ନାୟକ ୬୦ କେଜି ଫାଇଟ୍‌ରେ ରୌପ୍ୟ ପଦକ ଲାଭ କରିଛନ୍ତି। ସେହିପରି ୬୭ କେଜି ଫାଇଟ୍‌ରେ ତ୍ରିନାଥ ରାଣା ଏବଂ ୪୫ କେଜି ଫାଇଟ୍‌ ଓ ମହିଳା କାଟାରେ ସୁସ୍ମିନୀ ପାଲଟାସିଂ ୨ଟି ବ୍ରୋଞ୍ଜ ପଦକ ପାଇଛନ୍ତି। ଶନିବାର ଜୁନିୟର ଓ ଯୁବବର୍ଗର ପ୍ରତିଯୋଗିତା ହେବ। ପ୍ରତିଯୋଗିତାରେ ଓଡ଼ିଶାର ରାଜୀବ ସିଂ(ଏସିଆନ ରେଫରି) ଅଫିସିଆଲ ଭାବେ ଯୋଗ ଦେଇଛନ୍ତି। କୃତୀ କରାଟେକାଙ୍କୁ ରାଜ୍ୟ ସଂଘ ପକ୍ଷରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି।

Share