Posted inଫୁରସତ

ହାତକଡ଼ି ଲଗାଇ ୭ ମାଇଲ ପହଁରି ରେକର୍ଡ

କାଇରୋ, ୬ା୪: ବିନା ହାତ ଚାଳନାରେ ପାଣିରେ ପହଁରିବା ପ୍ରାୟତଃ ଅସମ୍ଭବ। କିନ୍ତୁ ଏହାକୁ ସମ୍ଭବ କରିବା ସହ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡସ୍‌ରେ ନିଜକୁ ସାମିଲ କରିଛନ୍ତି ଇଜିପ୍ଟର ଶେହାବ ଆଲମ। ସେ ହାତରେ ହାତକଡ଼ି ଲଗାଇ ଗୋଟିଏ କିମ୍ବା ଦୁଇ କିଲୋମିଟର ନୁହେଁ, ବରଂ ୭ ମାଇଲ୍‌ (ପାଖାପାଖି ୧୧ କିଲୋମିଟର) ବାଟ ପହଁରି ରେକର୍ଡ ସୃଷ୍ଟି କରିଛନ୍ତି।
ଆବିଆନ୍‌ ଗଲ୍ଫରେ ଦୁଇ ହାତରେ ହାତକଡ଼ି ଲଗାଇ ଶେହାବ ୬ ଘଣ୍ଟାରେ ୭.୨୩୮ ମାଇଲ୍‌ ଦୂର ପହଁରିଥିବାବେଳେ ତାଙ୍କୁ କୌଣସି ପ୍ରକାର ବୋଟ୍‌ର ସପୋର୍ଟ ମିଳି ନ ଥିଲା। ଏ ନେଇ ବହୁଦିନ ପୂର୍ବରୁ ଶେହାବ ଅଭ୍ୟାସ ଆରମ୍ଭ କରିଥିଲେ। ପ୍ରତିଦିନ ହାତକଡ଼ି ବାନ୍ଧି ସମୁଦ୍ରରେ କିଛି ଦୂର ପର୍ଯ୍ୟନ୍ତ ସେ ପହଁରିବା ଅଭ୍ୟାସ କରୁଥିବା କହିଛନ୍ତି। କାହାରି ଦୃଷ୍ଟି ଆକର୍ଷଣ କରିବା ତାଙ୍କର ଉଦ୍ଦେଶ୍ୟ ନ ଥିଲେ ମଧ୍ୟ ଅଭ୍ୟାସ ସମୟରେ ବେଳାଭୂମିରେ ବୁଲୁଥିବା ଲୋକେ

ତାଙ୍କୁ କୌତୂହଳର ସହ ଦେଖୁଥିବା ସେ କହିଛନ୍ତି। ହାତକଡ଼ି ବାନ୍ଧି ପହଁରି ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ କରିବା ପରେ ସେ ସୁପର୍‌ ହିରୋ ଭଳି ଅନୁଭବ କରିଥିବା କହିଛନ୍ତି। ଶେହାବ ଦୀର୍ଘ ଦିନ ପର୍ଯ୍ୟନ୍ତ ନିଜ ରେକର୍ଡକୁ ଜାରି ରଖିବେ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି। ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ ସାର୍ଟିଫିକେଟ୍‌ ହାତକୁ ନ ଆସିବା ପର୍ଯ୍ୟନ୍ତ ତାଙ୍କ ମିଶନ୍‌ ସଫଳ ହୋଇ ନାହିଁ। ଶେହାବଙ୍କ ମତରେ ପୂର୍ବରୁ ସେ ଯେଉଁସବୁ ରେକର୍ଡ ହାସଲ କରିଛନ୍ତି, ସେସବୁ ସେତିକି ଖୁସି ଦେଇନାହିଁ ଯେତିକି ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡସ୍‌ ଦେଇଛି। ଶେହାବ ଅନେକ ଯୁବପିଢ଼ିଙ୍କ ପାଇଁ ଏକ ନୂଆ ଆଶା ଏବଂ ଉତ୍ସାହର ମାଧ୍ୟମ ପାଲଟିଛନ୍ତି। ଖାଲି ସେତିକି ନୁହେଁ, ସନ୍ତରଣକୁ ନେଇ ତାଙ୍କ ମଧ୍ୟରେ ଥିବା କଳା ଓ କୌଶଳ ଦୀର୍ଘସ୍ଥାୟୀ ହେବା ସହ ସେ ନିଜ ରେକର୍ଡକୁ ବଜାୟ ରଖିବେ ବୋଲି ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡସ୍‌ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆନ୍‌ ରକ୍‌ ବ୍ୟାଣ୍ଡ ‘ଅଗ୍ନି’

ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଛି। ଏହାର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କ ବଡ଼ ଭୂମିକା ରହୁଛି। ସେମାନେ କିପରି ସଚେତନ...

୫୦୬ ବର୍ଷ ପୁରୁଣା ମାରାତ୍ମକ ମହାମାରୀ, ରାସ୍ତା ଉପରେ ନାଚି ନାଚି ୪୦୦ ଲୋକଙ୍କର ହୋଇଥିଲା ମୃତ୍ୟୁ

ଷ୍ଟାର୍ସବର୍ଗ: ଇତିହାସରେ ଏପରି ଅନେକ ଘଟଣା ଘଟିଛି ଯାହା ଆଜି ବି ଲୋକମାନେ ମନେ ପକାଇ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଆଜି ଆମେ ଏପରି ଏକ...

ଲଣ୍ଡନରେ ଲୋକଙ୍କ ପାଟିରୁ ଲାଳ ଗଡାଉଛି କୋଲକାତାର ‘ଝାଲମୁଢି’, ଇଂରାଜୀ ବାବୁଙ୍କ ଠେଲାକୁ ନେଇ ହେଉଛି ଚର୍ଚ୍ଚା

ଲଣ୍ଡନ,୨୧।୧୧: ଆମେ ଖାଦ୍ୟ ବିଷୟରେ ଆଲୋଚନା କରିବା ବେଳେ କେହି କେବେ କୋଲକାତାକୁ ଭୁଲି ପାରନ୍ତି ନାହିଁ ବୋଲି କହାଯାଏ। ପଶ୍ଚିମବଙ୍ଗରେ ବିଭିନ୍ନ ପ୍ରକାରର ଖାଦ୍ୟ...

ଭିଣୋଇଙ୍କ ସହ ଥିଲା ଅନୈତିକ ସମ୍ପର୍କ, ବିବାହ ମଣ୍ଡପରେ କନ୍ୟାଙ୍କ ଭିଡିଓ ଚଲାଇଦେଲେ ବର, ତା’ପରେ…

ବିବାହ ମଣ୍ଡପରେ କନ୍ୟାର କାରନାମା ଭିଡିଓ ମାଧ୍ୟମରେ ଦେଖାଯାଏ, ତେବେ କ’ଣ ହେବ? ଚାଇନାର ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ବର...

ଶିଶୁ ହସିଲେ ଦୁନିଆ ହସିବ

ଆଜିର ଶିଶୁ ଭବିଷ୍ୟତର ନାଗରିକ ଓ ସେହି କ୍ରମରେ ଆଜିର ଶିଶୁଟିଏ ହସିଲେ ନିଶ୍ଚୟ ଆସନ୍ତାକାଲି ଦେଶ ହସିବ। ତେଣୁ ଦେଶରେ ଶିଶୁଟିଏ ସୁରକ୍ଷିତ ଭାବରେ...

‘ଶୌଚାଳୟ: ଶାନ୍ତି ପାଇଁ ଏକ ସ୍ଥାନ’

ପ୍ରତିବର୍ଷ ନଭେମ୍ବର ୧୯ ରେ ବିଶ୍ୱସ୍ତରରେ ଶୌଚାଳୟ ଦିବସ ପାଳନ କରାଯାଏ। ଏହା ହେଉଛି ମିଳିତ ଜାତିସଂଘର ଏକ ବୈଶ୍ୱିକ ପଦକ୍ଷେପ, ଯାହା ଜରୁରୀ ପରିମଳ...

Gmail ରେ ଷ୍ଟୋରେଜ ଫୁଲ୍‌ ହୋଇଯାଇଛି କି? ଜାଣି ନିଅନ୍ତୁ ଉପାୟ

ନୂଆଦିଲ୍ଲୀ,୧୯।୧୧: Gmail ଷ୍ଟୋରେଜ ଫୁଲ ହେବା ଏକ ସାଧାରଣ ସମସ୍ୟା । ଆପଣଙ୍କୁ ଜଣାଇଦେଉଛୁ ଯେ, ଗୁଗୁଲ ଦ୍ୱାରା ପ୍ରତ୍ୟେକ ଉପଭୋକ୍ତାଙ୍କୁ କେବଳ ୧୫ GB...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri