ଇରାଙ୍କ ଲେହେଙ୍ଗାରେ ୭ ମାସର ପରିଶ୍ରମ

ମୁମ୍ବାଇ: ନିକଟରେ ବଲିଉଡ୍‌ ଅଭିନେତା ଆମିର ଖାନ୍‌ଙ୍କ ଝିଅ ଇରା ଖାନ୍‌ଙ୍କୁ ତାଙ୍କ ଫିଟ୍‌ନେସ୍‌ କୋଚ୍‌ ନୂପୁର ଖିଲାରେ ବିବାହ କରିଛନ୍ତି। ଇରା ଏବଂ ନୂପୁର ତାଙ୍କ ବିବାହର ଅନେକ କାର୍ଯ୍ୟକ୍ରମରେ ସାଦା ଲୁକ୍‌ରେ ନଜରକୁ ଆସିଛନ୍ତି। ଏମିତି କି ବିବାହ ପାଇଁ ନୂପୁର ବିବାହ ମଣ୍ଡପକୁ ଏକ ଗଞ୍ଜି ଏବଂ ହାପ୍‌ ପ୍ୟାଣ୍ଟରେ ଆସିଥିଲେ। ବିବାହରେ ମଧ୍ୟ ଦୁହିଙ୍କୁ ସାଧାରଣ ପୋଷାକରେ ଦେଖିବାକୁ ମିଳିଥିଲା। ମୁମ୍ବାଇରେ ହେଉଥିବା ରିସେପ୍ସନ ପାର୍ଟିରେ ଇରା ଏକ ଲାଲ୍‌ରଙ୍ଗର ଲେହେଙ୍ଗା ଏବଂ ନୂପୁର ଏକ କଳା ରଙ୍ଗର ଶେହବାନିରେ ନଜର ଆସିଛନ୍ତି। ତେବେ ଇରାଙ୍କ ଏହି ଲେହେଙ୍ଗା କୌଣସି ସାଧାରଣ ପୋଷାକ ନୁହେଁ। ଲମ୍ବା ସମୟର ପରିଶ୍ରମ ପରେ ଏହା ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି। ମିଡିଆ ରିପୋର୍ଟ ଅନୁସାରେ, ଇରା ସେରିୟା ଡିଜାଇନ୍‌ ଷ୍ଟୁଡିଓର ମୋନାଲି ରୟଙ୍କ ଦ୍ୱାରା ପ୍ରସ୍ତୁତ ଲେହେଙ୍ଗା ତାଙ୍କ ରିସେପ୍‌ଶନରେ ପିନ୍ଧିଥିଲେ। ଏହି ଲେହେଙ୍ଗା ତିଆରି କରିବାକୁ ୭ ମାସର ସମୟ ଲାଗିଛି ଏବଂ ଏଥିରେ ୩ଶହ ଘଣ୍ଟାର ପରିଶ୍ରମ ହୋଇଥିବା ଜଣାପଡ଼ିଛି। ଏଥିରେ ଶୁଦ୍ଧ ସିଲ୍କ ବ୍ୟବହାର କରାଯାଇଛି। ତେବେ ତାଙ୍କର ଏହି ରିସେପ୍‌ଶନ ପାର୍ଟିରେ ଶାହରୁଖ୍‌ ଖାନ୍‌, କ୍ୟାଟ୍ରିନା କୈଫ୍‌, ନାଜୟା ବଚ୍ଚନ, ନାଗା ଚୈତନ୍ୟ, ଫର୍‌ହାନ ଅଖ୍‌ତର, କଙ୍ଗନା ରଣାୱତ୍‌, ସଲ୍‌ମାନ ଖାନ୍‌, ରିତେଶ ଦେଖ୍‌ମୁଖ ପ୍ରମୁଖ ସାମିଲ ହୋଇଥିଲେ।

Share