ପୁଣି ୨୧ ପର୍ଯ୍ୟନ୍ତ ଛତ୍ରପୁର ସମେତ ୭ ଏନ୍‌ଏସି ଶଟ୍‌ଡାଉନ୍‌: ଆଜି ୪ଟା ଭିତରେ କିଣନ୍ତୁ ଆବଶ୍ୟକୀୟ ସାମଗ୍ରୀ

ଛତ୍ରପୁର,୧୫।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ସବ୍‌ଡିଭିଜନ ଅଧୀନ ୭ ଏନ୍‌ଏସି ( ହିଞ୍ଜିଳି ମ୍ୟୁନିସିପାଲିଟି ଓ ଗଞ୍ଜାମ ଏନଏସି ବ୍ୟତୀତ ) ୧୬ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ୬ ଦିନ ଶଟ୍‌ଡାଉନ୍‌ ରହିବ। ଉକ୍ତ ଏନ୍‌ଏସିରେ ପଜିଟିଭ୍‌ ସଂଖ୍ୟା ବଢୁଛି ଓ କେତେକ ସାହି କଣ୍ଟନମେଣ୍ଟ ଜୋନ ରହିଛି। ସଂକ୍ରମଣ ରୋକିବା ଓ ଚେନ୍‌କୁ ଭାଙ୍ଗିବା ପାଇଁ ନିଜର କ୍ଷମତା ପ୍ରୟୋଗ କରି ଛତ୍ରପୁର ଉପଜିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଉକ୍ତ ୭ ଏନ୍‌ଏସିକୁ ୬ ଦିନ ଶଟଡାଉନ କରିଛନ୍ତି। ସେଥିମଧ୍ୟରେ ଛତ୍ରପୁର, ରମ୍ଭା, ଖଲିକୋଟ, ପୋଲସରା, କୋଦଳା, କବିସୂର୍ଯ୍ୟନଗର ଓ ପୁରୁଷୋତମପୁର ଏନଏସି ରହିଛି ଆଜି ୪ଟା ପର୍ଯ୍ୟନ୍ତ ଅତି ଆବଶ୍ୟକୀୟ ସାମଗ୍ରୀ କିଣନ୍ତୁ, ଘରେ ରୁହନ୍ତୁ ଏବଂ ପ୍ରଶାସନକୁ ସହଯୋଗ କରିବାକୁ ଡ଼ାକବାଜି ଯନ୍ତ୍ର ଜରିଆରେ ଜନସାଧାରଣଙ୍କୁ ଏନ୍‌ଏସି ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।
ସୂଚପାଯୋଗ୍ୟ ଏହି ଅଞ୍ଚଳରେ ୯ ରୁ ୧୩ ତାରିଖ ପର୍ଯ୍ୟନ୍ତ ୫ ଦିନ ଶଟ୍‌ଡାଉନ୍‌ ରହିଥିଲା।

Share