ବେଙ୍ଗାଲୁରୁ,୧୪ା୧: କର୍ନାଟକର ବିଏସ୍ ୟେଦୁରପ୍ପା ସରକାର ବୁଧବାର ତାଙ୍କ ୧୭ ମାସ ପୁରୁଣା କ୍ୟାବିନେଟ ସମ୍ପ୍ରସାରଣ କରିଛନ୍ତି। ଏଥିରେ ୭ ନୂଆ ମନ୍ତ୍ରୀଙ୍କୁ ସାମିଲ କରାଯାଇଛି। ରାଜ୍ୟପାଳ ବାଜୁଭାଇ ଭାଲା ନୂଆ ମନ୍ତ୍ରୀଙ୍କୁ ଶପଥ ପାଠ କରାଇଛନ୍ତି। ଉମେଶ କଟ୍ଟି, ଅରବିନ୍ଦ ଲିମ୍ବାବାଲି, ଏମଟିବି ନାଗରାଜ, ମୁରୁଗେଶ ନିରାନୀ, ଆର୍ ଶଙ୍କର, ସିପି ଯୋଗେଶ୍ୱର ଏବଂ ଅଙ୍ଗାରା ଏସ୍ ବିଏସ୍ ୟେଦୁରପ୍ପାଙ୍କ କ୍ୟାବିନେଟରେ ସାମିଲ ହୋଇଛନ୍ତି। ୨୦୧୯ରେ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ହେବାପରେ ଏହା ହେଉଛି କ୍ୟାବିନେଟର ତୃତୀୟ ସମ୍ପ୍ରସାରଣ।