Categories: ଜାତୀୟ

ମହାରାଷ୍ଟ୍ରରୁ ଏକାଥରକେ ଚିହ୍ନଟ ହେଲେ ୭ ଓମିକ୍ରନ ଆକ୍ରାନ୍ତ

ନୂଆଦିଲ୍ଲୀ,୫।୧୨: ଦେଶରେ କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କର୍ନାଟକ, ଗୁଜରାଟ ଓ ଦିଲ୍ଲୀ ପରେ ଏବେ ଏହି ଭାରିଆଣ୍ଟ ଚିହ୍ନଟ ହୋଇଛି ମହାରାଷ୍ଟ୍ରରେ। ଏହି ରାଜ୍ୟରୁ ରବିବାର ଏକାଥରକେ ୭ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ୧୨ରେ ପହଞ୍ଚିଛି ଦେଶର ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା। ଏଥିପୂର୍ବରୁ ଦିଲ୍ଲୀର ଜଣେ ୩୭ ବର୍ଷୀୟ ବ୍ୟକ୍ତି ଓମିକ୍ରମରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ସେ ଆଫ୍ରିକୀୟ ଦେଶ ତାଞ୍ଜାନିଆ ଫେରନ୍ତା। ତାଙ୍କ ଠାରେ ମଧ୍ୟମ ଲକ୍ଷଣ ଦେଖାଯାଉଛି ଏବଂ ସେ କୋଭିଡ୍‌ ଭାକ୍ସିନର ଉଭୟ ଡୋଜ ନେଇସାରିଥିବା କୁହାଯାଇଛି।

Share