୭ ନବଜାତକଙ୍କୁ ହତ୍ୟା, ଆଉ ୬ ଜଣଙ୍କୁ ମାରିବାକୁ ଯାଉଥିଲେ ନର୍ସ

ଲଣ୍ଡନ,୧୯ା୮: ବ୍ରିଟେନର ଏକ ହସ୍ପିଟାଲରେ କାର୍ଯ୍ୟରତ ନର୍ସ ଲୁସି ଲେଟ୍‌ବି ୭ ନବଜାତ ଶିଶୁଙ୍କୁ ହତ୍ୟା କରିବା ପରେ ଅନ୍ୟ ୬ ଜଣଙ୍କୁ ମାରିବାକୁ ଉଦ୍ୟମ କରିଥିଲେ। ଏହି ମାମଲାରେ ୩୩ ବର୍ଷୀୟା ଲୁସି ଶୁକ୍ରବାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
୨୦୧୬ ମଧ୍ୟରେ କାଉଣ୍ଟେସ୍‌ ଅଫ୍‌ ଚେଷ୍ଟର ହସ୍ପିଟାଲରେ ଲୁସିଙ୍କ ଦ୍ୱାରା ହତ୍ୟାର ଶିକାର ହୋଇଥିବା ଶିଶୁଙ୍କ ମଧ୍ୟରୁ ୫ ପୁଅ ଓ ୨ ଝିଅ ଥିଲେ। ଏହାବାଦ୍‌ ସେ ଆଉ ୫ ପୁଅ ଓ ଜଣେ ଶିଶୁକନ୍ୟାଙ୍କୁ ହତ୍ୟା କରିବାକୁ ଯାଉଥିଲେ। ସେ ହସ୍ପିଟାଲରେ ଜନ୍ମିତ ଶିଶୁମାନଙ୍କୁ ଜାଣିଶୁଣି ହଇରାଣ କରିବାକୁ ଯାଉଥିଲେ। ଏପରି କି ସେମାନଙ୍କୁ ବିନା କାରଣରେ ଇଞ୍ଜେକ୍ସନ ଦେଉଥିଲେ। କେତେଜଣ ଶିଶୁଙ୍କୁ ଲୁସି ବିଷ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି, ଯାହାକୁ ସେ ଖଣ୍ଡନ କରିଛନ୍ତି। ଲୁସିଙ୍କୁ ଦୋଷୀ ସାବ୍ୟସ୍ତ କରିବା ପୂର୍ବରୁ ୭ ମହିଳା ଓ ୪ ପୁରୁଷ ବିଚାରପତି ୨୨ ଦିନ ଧରି ଏହି ମାମଲାର ଶୁଣାଣି କରିଥିଲେ।

Share