ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୭ ଗୁରୁତର

ଦେବଗଡ଼, ୨୨।୮(ଡି.ଏନ୍‌.ଏ.): ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୭ ଜଣ ଗୁରୁତର ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଦେବଗଡ଼ ଜିଲା ତିଳେଇବଣି ବ୍ଲକ ଛେପିଲିପାଲି ଗ୍ରାମରେ । ଗ୍ରାମର ରମେଶ ମହାନନ୍ଦଙ୍କ ପରିବାରର ୭ ଜଣ ମହିଳା ଓ ପୁରୁଷ ଗୁରୁତର ହୋଇପଡିଛନ୍ତି । ରମେଶଙ୍କ ସମେତ ତାଙ୍କ ସ୍ତ୍ରୀ କେରା ମହାନନ୍ଦ, ହୃଷି ମହାନନ୍ଦ, ଅଞ୍ଜନା ଭୋଜ, ପଲ୍ଲୀ ଭୋଜ, ଚଇତୁ ଭୋଜ, ବୁଲୁ ଭୋଜଙ୍କ ପେଟ ବ୍ୟଥା ହେବା ସହ ବାନ୍ତି ହୋଇଥିଲା। ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଜିଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅପରାହ୍ନରେ ବାଉଁଶ ଗଛ ମୂଳରେ ହୋଇଥିବା ଛତକୁୁ ରୋଷେଇ କରି ପରିବାର ସମସ୍ତେ ଖାଇଥିଲେ । କିଛି ସମୟ ପରେ ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିଥିଲା । ପରେ ସମସ୍ତଙ୍କୁ ମେଡିକାଲକୁ ନିଆଯାଇଥିଲା।

 

 

 

 

 

 

 

 

 

 

 

 

 

 

 

Share