ପୁଣି ରାଜଧାନୀରେ ଆଉ ୭ ଅଞ୍ଚଳ କଣ୍ଟେନ୍‌ମେଣ୍ଟ ଘୋଷଣା

ଭୁବନେଶ୍ୱର,୧୨।୧(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଛି। ଏହା ଦିନକୁ ଦିନ ଚିନ୍ତା ବଢାଉଥିବା ବେଳେ ଦୈନିକ ପଜିଟିଭ୍‌ ସଂଖ୍ୟା ବଢିଚାଲିଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ବୁଧବାର ଆଉ ୭ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଘୋଷଣା କରିଛି। ଦକ୍ଷିଣ-ପୂର୍ବ ଜୋନ୍‌ର ୫ଟି ସ୍ଥାନକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଥିବା ବେଳେ ନର୍ଥ ଜୋନ୍‌ର ୨ଟି ସ୍ଥାନକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । ପୂର୍ବରୁ ମଧ୍ୟ ଭୁବନେଶ୍ୱରରେ ଅନେକ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଥିଲା।

Share