Advertisement

ଲଣ୍ଡନର ହାର୍ଟ ସର୍ଜନ କହି ପାଇଥିଲେ ଚାକିରି, ସର୍ଜରୀ ବେଳେ ୭ ରୋଗୀଙ୍କୁ ମାରିଦେଲେ…

ଦମୋହ,୬।୪: ମଧ୍ୟପ୍ରଦେଶର ଦମୋହ ସହରର ଏକ ଘରୋଇ ମିଶନାରି ହସ୍ପିଟାଲରେ ଜଣେ ନକଲି ଡାକ୍ତର ହୃତ୍‌ପିଣ୍ଡ ଅସ୍ତ୍ରୋପଚାର ବେଳେ ଅନୂ୍ୟନ ୭ ଜଣ ରୋଗୀଙ୍କୁ ମାରିଦେଇଥିବା ଅଭିଯୋଗ ହୋଇଛି। ଜିଲା ଅଧିକାରୀ ଅଭିଯୋଗର ତଦନ୍ତ ଚଳାଇଛନ୍ତି। ମାସେ ମଧ୍ୟରେ ଉକ୍ତ ହସ୍ପିଟାଲରେ ୭ ଜଣଙ୍କ ମୃତ୍ୟୁ ଘଟିବା ଉକ୍ତ ଅଞ୍ଚଳରେ ଚିନ୍ତା ବଢ଼ାଇଦେଇଛି। ଏନ୍‌. ଜନ୍‌ କେମ୍‌ ନାମକ ବ୍ୟକ୍ତି ନିଜକୁ ଖ୍ୟାତନାମା ବ୍ରିଟିଶ ହୃଦ୍‌ରୋଗ ବିଶେଷଜ୍ଞ ପରିଚୟ ଦେଇ ଉକ୍ତ ହସ୍ପିଟାଲରେ ରୋଗୀଙ୍କ ହୃତ୍‌ପିଣ୍ଡ ଅସ୍ତ୍ରୋପଚାର କରୁଥିଲେ। ପରବର୍ତ୍ତୀ ସମୟରେ ରୋଗୀଙ୍କର ମୃତ୍ୟୁ ଘଟିଥିଲା।

ତଦନ୍ତ ପରେ ଅଭିଯୁକ୍ତଙ୍କ ପ୍ରକୃତ ନାମ ନରେନ୍ଦ୍ର ବିକ୍ରମାଦିତ୍ୟ ଯାଦବ ବୋଲି ଜଣାପଡ଼ିଛି। ସରକାରୀ ଭାବେ ରୋଗୀଙ୍କ ମୃତ୍ୟୁସଂଖ୍ୟା ୭, କିନ୍ତୁ ପ୍ରକୃତ ମୃତ୍ୟୁ ଏହାଠାରୁ ଅଧିକ ବୋଲି ଜିଲା ଶିଶୁ କଲ୍ୟାଣ କମିଟି ଅଧ୍ୟକ୍ଷ ତଥା ଆଇନଜୀବୀ ଦୀପକ ତିଓ୍ବାରୀ କହିଛନ୍ତି। ସେ ପୂର୍ବରୁ ଦମୋହ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଅନ୍ୟ କେତେଜଣ ରୋଗୀଙ୍କ ଅଭିଯୋଗ ପରେ ଡାକ୍ତର ଜଣକ ନକଲି ବୋଲି ଜଣାପଡ଼ିଥିଲା। ପ୍ରକୃତ ଡାକ୍ତର ବ୍ରିଟେନରେ ଥିବାବେଳେ ନରେନ୍ଦ୍ର ଏଠାରେ ନିଜକୁ ଡାକ୍ତର ପରିଚୟ ଦେଇ ଚିକିତ୍ସା ଚଳାଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share