Categories: ଜାତୀୟ

ଇନ୍ଦୋରରେ ଦୁଇ ମହଲା ଘରେ ଲାଗିଲା ନିଆଁ: ୭ ଜୀବନ୍ତ ଦଗ୍ଧ

ଇନ୍ଦୋର,୭ ।୫: ମଧ୍ୟପ୍ରଦେଶ ଇନ୍ଦୋରର ସ୍ୱର୍ଣ୍ଣବାଗ କଲୋନୀରେ ଶନିବାର ଭିଷଣ ନିଆଁ ଲାଗିଥିବା ଜଣାପଡିଛି । ଏକ ଦୁଇ ମହଲା କୋଠାରେ ନିଆଁ ଲାଗିଯିବା ଫଳରେ ୭ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା ମିଳିଛି । ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ଏହି କଲୋନୀ ଇନ୍ଦୋରର ବିଜୟ ନଗର ଅଞ୍ଚଳରେ ବୋଲି ଜଣାପଡିଛି ।
ସୂଚନାଯୋଗ୍ୟ, ଶୁକ୍ରବାର-ଶନିବାର ରାତିରେ ଏହି ଘଟଣା ଘଟିଥିବା କୁହାଯାଉଥିବା ବେଳେ ସୂଚନା ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ମୃତ ଶରୀର ଗୁଡିକୁ ପୋଲିସ ହସ୍ପିଟାଲ ପଠାଇ ଦେଇଛି । ଏମାନଙ୍କ ମଧ୍ୟରେ ଅଧିକାଂଶ ଭଡାରେ ରହୁଥିବା କୁହାଯାଉଛି । ପ୍ରାଥମିକ ସୂଚନାରୁ ଜଣାପଡିଛି ଯେ ସର୍ଟ ସର୍କିଟ ଯୋଗୁ ପ୍ରଥମେ ପାର୍କିଂରେ ଥିବା ଗାଡିରେ ନିଆଁ ଲାଗି ଯାଇଥିଲା । ଏହାପରେ ନିଆଁ ଘରକୁ ମାଡି ଯାଇଥିଲା । ଏହା ଏତେ ଭୟଙ୍କର ଥିଲା ଯେ କେହି କିଛି ବୁଝିବା ପୂର୍ବରୁ ନିଆଁରେ ପୋଡି ହୋଇ କେତେଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କେତେଜଣଙ୍କର ଅଣ ନିଶ୍ୱାସି ହୋଇ ମୃତ୍ୟୁ ହୋଇଥିଲା ।

Share