ବିମାନ ଦୁର୍ଘଟଣାରେ ୭ ମୃତ

ମସ୍କୋ,୧୯।୬: ରୁଷିଆର ସାଇବେରିଆ ଅଧୀନ କେମେରୋଭୋ ଓବ୍ଲାଷ୍ଟଠାରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୧୭ ଜଣ ଆହତ ହୋଇଛନ୍ତି। ବିମାନଟି ଦିନର ଚତୁର୍ଥ ଉଡ଼ାଣରେ ବାହାରିଥିଲା। ଏହା ଟାନାଇ ଏୟାରଫିଲ୍ଡରୁ ଉଡ଼ାଣ ଭରିବା ପରେ ଏକ ଜଙ୍ଗଲରେ ଖସିପଡ଼ିଥିଲା। ବିମାନର ଗୋଟିଏ ଇଞ୍ଜିନ୍‌ କାମ ନ କରିବାରୁ ଦୁର୍ଘଟଣା ଘଟିଲା ବୋଲି କୁହାଯାଉଛି।

Share