ଚନ୍ଦାହାଣ୍ଡି,୪।୮ (ଡି.ଏନ୍.ଏ.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ସପ୍ତାହରେ ୧୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ପାଟଖଲିଆ ସ୍କୁଲରୁ ୫ ଜଣ ଛାତ୍ର ଏବଂ ୨ ଜଣ ଶିକ୍ଷକଙ୍କ ରିପୋର୍ଟ ପଜିଟିଭ ଆସିଛି। ସେହିଭଳି ହଳଦୀ ଗ୍ରାମରୁ ଜଣେ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି। ପ୍ରତିଦିନ ଚନ୍ଦାହାଣ୍ଡିରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ପାଇଁ ଏହା ମୁଣ୍ଡବ୍ୟଥାର କାରଣ ପାଲଟିଛି। ପନ୍ଦର ଦିନ ମଧ୍ୟରେ ୨୦ରୁ ଊଦ୍ଧର୍ବ ପଜିଟିଭ ଚିହ୍ନଟ ହୋଇଥିବାରୁ କୋଭିଡ କଟକଣାକୁ କଡ଼ାକଡ଼ି କରିବା ଦିଗରେ ପ୍ରଶାସନ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହୋଇଛି।