୭ଜଣଙ୍କୁ ‘ଦଧୀଚି ପ୍ରତିଭା ସମ୍ମାନ’

ଭୁବନେଶ୍ୱର,୬।୯(ବ୍ୟୁରୋ): ଦଧୀଚି ଏଜୁକେଶନାଲ ଟ୍ରଷ୍ଟ ପକ୍ଷରୁ ଶନିବାର ଭର୍ଚୁଆଲ୍‌ ପ୍ଲାଟ୍‌ଫର୍ମରେ ୩ୟ ‘ଦଧୀଚି ପ୍ରତିଭା ସମ୍ମାନ-୨୦୨୦’ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୋଟ ୭ଜଣଙ୍କୁ ‘ଦଧିଚି ପ୍ରତିଭା ସମ୍ମାନ’ରେ ସମ୍ମାନିତ କରାଯାଇଛି। ସାହିତ୍ୟ କ୍ଷେତ୍ରରେ ଉତ୍କର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ ଲେଖିକା ଶ୍ରଦ୍ଧାଞ୍ଜଳୀ କାନୁନ୍‌ଗୋଙ୍କୁ ‘ଦଧିଚି ସାହିତ୍ୟ ଜ୍ୟୋତି’ ସମ୍ମାନରେ ସମ୍ମାନିତ କରାଯାଇଥିବାବେଳେ ଓ ଶିଳ୍ପପତି ସଂଗ୍ରାମ ଦାସ, ଶ୍ରେଷ୍ଠ ସଫଳ ମହିଳା ଭାବେ ତନୟା ପଟ୍ଟନାୟକ, ଯୁବ ଶିଳ୍ପୋଦ୍ୟୋଗୀ ତନୁଜ କୁମାର ମହାନ୍ତିଙ୍କୁ ‘ଦଧୀଚି ଶିଳ୍ପଜ୍ୟୋତି ସମ୍ମାନ, ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ‘ଦଧୀଚି ସେବାଜ୍ୟୋତି’ ସମ୍ମାନ ମିଳିଛି। ସେହିପରି ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ବାଲେଶ୍ୱର ରେମୁଣାର ଜିତେନ ମହାଳିକଙ୍କୁ ‘ଦଧୀଚି ଛାତ୍ରଜ୍ୟୋତି’ ଓ ଓଡ଼ିଶା ଟେଲିଭିଜନକୁ ‘ଦଧୀଚି ଆଦର୍ଶଜ୍ୟୋତି’ ସମ୍ମାନ ପ୍ରଦାନ କରାଯାଇଛି। ପୁରସ୍କାର ରାଶି ସ୍ବରୂପ ମାନପତ୍ର, ଉପଢ଼ୌକନ ସହ ୧୦ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଜୁମ୍‌ ୱେବିନାରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବରିଷ୍ଠ ଆଇଟି ଅଧିକାରୀ ସୁକାନ୍ତ କୁମାରସାହୁ, ମୁଖ୍ୟବକ୍ତା ଭାବେ ପୂର୍ବତନ ଆୟକର ମହାନିର୍ଦ୍ଦେଶକ ବିଧୂଭୂଷଣ ମହାନ୍ତି, ସମ୍ମାନିତ ଅତିଥିଭାବେ ଆଦିତ୍ୟବାହିନୀର ରାଷ୍ଟ୍ରୀୟ ସମ୍ପାଦକ ପଣ୍ଡିତ ମାତୃପ୍ରସାଦ ମିଶ୍ର ଯୋଗଦେଇଥିଲେ। ଉଲ୍ଲାସ ଚନ୍ଦ୍ର ବେହୁରା କାର୍ଯ୍ୟକ୍ରମ ଉପସ୍ଥାପନା କରିଥିବାବେଳେ ଦଧୀଚି ଶିିକ୍ଷାନୁଷ୍ଠାନର ଅର୍ଥ ବିଭାଗ ନିର୍ଦ୍ଦେଶ ବାସୁଦେବ ବିଶ୍ୱାଳ, ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଭାତ କୁମାର ପାଢ଼ୀ, ପ୍ରଶାସନିକ ନିର୍ଦ୍ଦେଶକ ସୀମାଞ୍ଚଳ ପଣ୍ଡା ଉପସ୍ଥିତ ଥିଲେ ଓ ମ୍ୟାନେଜିଂ ଟ୍ରଷ୍ଟି ବବିତା ଦାଶ ଧନ୍ୟବାଦ ଦେଇଥିଲେ।

Share