Categories: ଜାତୀୟ

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି, ୭ ପଞ୍ଜାବ ପୋଲିସ ନିଲମ୍ବିତ

ନୂଆଦିଲ୍ଲୀ,୨୬।୧୧: ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ପାଇଁ ୭ ପଞ୍ଜାବ ପୋଲିସକର୍ମୀ ନିଲମ୍ବିତ ହୋଇଛନ୍ତି। ଗତ ବର୍ଷ ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ ସମୟରେ ସୁରକ୍ଷାରେ ଉଲଂଘନ ହୋଇଥିଲା। ନିଲମ୍ବିତ ହୋଇଥିବା ସୁରକ୍ଷାକର୍ମୀଙ୍କ ମଧ୍ୟରେ ଜିଲାର ତତ୍କାଳୀନ ଏସପି ଏବଂ ଦୁଇ ସିଏସପି ର‍୍ୟାଙ୍କର ଅଧିକାରୀ ସାମିଲ ରହିଛନ୍ତି।

ଗତବର୍ଷ ପଞ୍ଜାବ ବିଧାନସଭା ନିର୍ବାଚନ ସମୟରେ ଜାନୁଆରୀ ୫ ତାରିଖରେ ଏକ ରାଲିରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ପଞ୍ଜାବରେ ଥିଲେ। ସେହି ସମୟରେ ଆନ୍ଦୋଳନରତ କୃଷକମାନଙ୍କ ରାଲି କାରଣରୁ ପ୍ରଧାନମନ୍ତ୍ରୀଙ୍କ କାରକେଡ ୨୦ ମିନିଟ ପର୍ଯ୍ୟନ୍ତ ଫ୍ଲାଏଓଭର ଉପରେ ଅଟକି ରହିଥିଲା।

ଘଟଣାକୁ ନେଇ ଭାଜପା ନେତାମାନେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କ ସରକାର ଉପରେ ପ୍ରଶ୍ନ ଉଠାଇଥିଲେ। ଅନ୍ୟପଟେ କଂଗ୍ରେସ କହିଥିଲା କି ଶେଷ ମୁହୂର୍ତ୍ତରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯାଇଥିଲା, ଯେଉଁଥିପାଇଁ ଏହି ଘଟଣା ଘଟିଗଲା।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷା ଅଭାବରୁ ପୋଲିସ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଭଗବାନ୍ତ ମନ ସରକାର। ଏହି ମାମଲାରେ ତତ୍କାଳୀନ ପୋଲିସ୍ ମୁଖ୍ୟ ତଥା ବର୍ତ୍ତମାନ ବଥିଣ୍ଡା ଗୁରୁବିନ୍ଦର ସିଂଙ୍କ ଏସପିଙ୍କୁ ନିଲମ୍ବିତ କରାଯାଇଥିଲା। କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ନଭେମ୍ବର ୨୨ ତାରିଖର ଆଦେଶରେ ଆଉ ୬ ଜଣ ପୋଲିସ କର୍ମଚାରୀଙ୍କ ନାମ ତାଲିକାଭୁକ୍ତ ହୋଇଛି।

Share