ଜହର ପାଲଟିଛି ଜିଲାର ୭ ନଦୀ, ନାଳର ଜଳ

କେନ୍ଦ୍ରାପଡ଼ା, ୬।୫ (ଜଗନ୍ନାଥ ଧଳ); ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲାର ପୂର୍ବପାର୍ଶ୍ୱରେ ବଙ୍ଗୋପସାଗର ଥିବାବେଳେ ଅନ୍ୟ ୩ ପାର୍ଶ୍ୱ ଜିଲାରେ ୪ ଜିଲାର ଶିଳ୍ପାଞ୍ଚଳ ରହିଛି। ଜଗତ୍‌ସିଂହପୁର, କଟକ, ଯାଜପୁର ଓ ଭଦ୍ରକ ଜିଲାର ଶିଳ୍ପରୁ ନିର୍ଗତ ବର୍ଜ୍ୟବସ୍ତୁ ଓ ରାସାୟନିକ ପ୍ରଦୂଷଣ ଏହି ଜିଲାବାସୀଙ୍କୁ ଅତିଷ୍ଠ କରୁଛି। ଜିଲାର ୭ ନଦୀ ଓ ୨୭ ନାଳର ପାଣି ଏବେ ମିଠା ଜହର ପାଲଟିଛି। ପାନୀୟ ଜଳ ସମେତ ଜିଲାର ବାୟୁମଣ୍ଡଳ ଏବେ ପ୍ରଦୂଷଣରେ ଆକ୍ରାନ୍ତ ବୋଲି ବିଭିନ୍ନ ରିପୋର୍ଟରେ ଉଲ୍ଲେଖ ଅଛି। ଜନସାଧାରଣ ସହିତ ଜଙ୍ଗଲ, ବନ୍ୟ ଓ ସାମୁଦ୍ରିକ ପ୍ରାଣୀ ଏଥିରେ ହନ୍ତସନ୍ତ ହେଉଛନ୍ତି। ପ୍ରଦୂଷଣକୁ ରୋକିବା ପାଇଁ ପ୍ରଶାସନିକ ଉଦ୍ୟମ ନାହିଁ। ଏହା ବିରୋଧରେ ଏନ୍‌ଜିଟି (ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ)ରେ ମାମଲା ହେବ ବୋଲି ବୁଦ୍ଧିଜୀବୀ ଓ ପରିବେଶବିତମାନେ ମତ ଦେଇଛନ୍ତି।

ଏ ସମ୍ପର୍କରେ ପରିବେଶବିତ ସମରେନ୍ଦ୍ର ମାହାଳି କହିଛନ୍ତି, ପଡ଼ୋଶୀ ଜଗତ୍‌ସିଂହପୁର ଜିଲାର ୧୬ଟି ବୃହତ ଶିଳ୍ପ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକକୁ ଲାଗିଛି। ଶିଳ୍ପାଞ୍ଚଳରେ ଆମୋନିଆ, ନାଇଟ୍ରୋଜେନ, ହାଇଡ୍ରୋଜେନ, ସଲଫର ଡାଇଅକ୍ସାଇଡ, କ୍ଲୋରିନ ପରି ମାରାତ୍ମକ ଗ୍ୟାସ ବ୍ୟବହାର ହେଉଛି। କଳକାରଖାନାରୁ ନିର୍ଗତ ମିଥାଇଲ ଆଇସୋସିଆନେଡ, କ୍ଲୋର ପ୍ରିକ୍ରିନ, କ୍ଲୋର ବେଞ୍ଜାଇକ ଆଦି ବର୍ଜ୍ୟ ରାସାୟନିକ ବସ୍ତୁକୁ ନିକଟସ୍ଥ ନଦୀନାଳକୁ ଛଡାଯାଉଛି। ଏହି ଗ୍ୟାସ ଏବେ କେନ୍ଦ୍ରାପଡା ଜିଲାବାସୀଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପ୍ରତି ବିପଦ ସାଜିଛି। ବିଷାକ୍ତ ଗ୍ୟାସ ଫଳରେ ଚାଷ ଓ ଫସଲ ନଷ୍ଟ ହେଉଥିବା ବେଳେ ଚର୍ମରୋଗଠାରୁ ଆରମ୍ଭ କରି କ୍ୟାନସର ରୋଗର କାରଣ ସାଜିଛି।

ଏ ନେଇ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ପ୍ରଦୂଷଣ ରୋକିବାକୁ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଏ ନେଇ ଏକ ମାମଲା ଏନ୍‌ଜିଟିରେ ହେବ ବୋଲି ସେ ପ୍ରକାଶ କରିଛନ୍ତି। ସାମାଜିକ କର୍ମୀ ପ୍ରତାପ ଚନ୍ଦ୍ର ପାଢ଼ୀ କହିଛନ୍ତି, ରାଜ୍ୟ ସରକାରଙ୍କ ସେଣ୍ଟ୍ରାଲ ଗ୍ରାଉଣ୍ଡ ୱାଟର ବୋର୍ଡ ୨୦୧୧, ୨୦୧୭ ଓ ୨୦୨୧ରେ ଏହି ଜିଲାରେ ସର୍ଭେ କରିଥିଲା। ଭୂତଳ ଜଳକୁ ପରୀକ୍ଷା ପରେ ନାଇଟ୍ରେଟ, ଆଇରନ ଓ ଫ୍ଲୋରାଇଡ ଆବଶ୍ୟକତାଠାରୁ ବହୁ ପରିମାଣରେ ଜଳରେ ଥିବା ଜାଣିଥିଲେ। ୨୦୧୪ରେ ବାରିପଦାସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ବାୟୋଟେକ୍ନୋଲୋଜିର ପ୍ରାଧ୍ୟାପକ ବି. ସି. ବେହେରା, ଭୁବନେଶ୍ୱରସ୍ଥିତ ଏମ୍‌ଆଇଟିଏସ୍‌ ସ୍କୁଲ ଅଫ ବାୟୋ ଟେକ୍ନୋଲୋଜିର ପ୍ରାଧ୍ୟାପକ ଆର. ଆର. ମିଶ୍ର, ବାଙ୍ଗାଲୋରସ୍ଥିତ ଆଇଆରଏସର ପ୍ରାଧ୍ୟାପକ ଏସ. କେ. ଦତ୍ତା ପ୍ରମୁଖ ଏକ ରିପୋର୍ଟ କରିଛନ୍ତି। ଏଥିରେ ବାୟୁ ପ୍ରଦୂଷଣ ସହିତ ଜଳର ମାତ୍ରାଧିକ ପ୍ରଦୂଷଣ ସମ୍ପର୍କରେ ଉଲ୍ଲେଖ କରିଛନ୍ତି।

ଏଥିପାଇଁ ପଡୋଶୀ ୪ ଜିଲାର ଶିଳ୍ପକୁ ଦାୟୀ କରାଯାଇପାରେ। ବ୍ରାହ୍ମଣୀ ନଦୀରେ ତାଳଚେର ଜିଲାର ଶିଳ୍ପ ବର୍ଜ୍ୟବସ୍ତୁ ଛାଡୁଥିବା ବେଳେ ଏଥିରେ କଳିଙ୍ଗନଗର ଶିଳ୍ପ ସାମିଲ ହୋଇଛି। ସେହିପରି ମହାନଦୀର ଜଳକୁ କଟକ ଓ ଜଗତ୍‌ସିଂହପୁର ଜିଲାର ଶିଳ୍ପାଞ୍ଚଳ ନଷ୍ଟ କରୁଥିବା ବେଳେ ଧାମରା ବନ୍ଦର ମଧ୍ୟ ଏହି ଜିଲାର ପରିବେଶକୁ ନଷ୍ଟ କରୁଛି। ଏସବୁ ଶିଳ୍ପାଞ୍ଚଳ କେନ୍ଦ୍ରାପଡ଼ା ଜିଲାର ରାସ୍ତାକୁ ଉପଯୋଗ କରୁଥିବା ବେଳେ ରାସାୟନିକ ବିପର୍ଯ୍ୟୟ ପାଇଁ କୌଣସି ତତ୍ପରତା ନାହିଁ। ସେହିପରି ପଡୋଶୀ ଜିଲା କେନ୍ଦ୍ରାପଡ଼ାରେ ସିଏସ୍‌ଆର ଫଣ୍ଡ ବିନିଯୋଗ କରୁ ନ ଥିବା ସେ ଅଭିଯୋଗ କରିଛନ୍ତି। ସାମାଜିକ କର୍ମୀ ସୁବାଶିଷ ଷଡଙ୍ଗୀ କହିଛନ୍ତି, ୨୦୨୧ରେ ସେଣ୍ଟ୍ରାଲ ପଲ୍ୟୁଶନ କଣ୍ଟ୍ରୋଲ ବୋର୍ଡ ଦେଶର ୧୧୨ଟି ପ୍ରଦୂଷିତ ଅଞ୍ଚଳକୁ ଚିହ୍ନଟ କରିଛିି। ଏଥିରେ ପାରାଦୀପ ବନ୍ଦର ୪୮ତମ ସ୍ଥାନରେ ଅଛି।

ପ୍ରଦୂଷଣ ଯୋଗୁ ଜାତୀୟ ଉଦ୍ୟାନ ଭିତରକନିକା ବିଶ୍ୱ ଐତିହ୍ୟ ତାଲିକାରୁ ବାଦ ପଡିଛି। ଏପରି ସ୍ଥିତି ଜାରି ରହିଲେ ଏହି ଅଭୟାରଣ୍ୟରେ ବହୁ ସାମୁଦ୍ରିକ ଓ ବନ୍ୟପ୍ରାଣୀ ନିଶ୍ଚିହ୍ନ ହେବା ସହ ତଟକ୍ଷୟ ଦ୍ରୁତ ଗତିରେ ହେବ। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ବିଭାଗୀୟ ଅନୁଧ୍ୟାନ ପାଇଁ ଜିଲା ପ୍ରଶାସନ ପକ୍ଷରୁ ରାଜ୍ୟ ପରିବେଶ ବିଭାଗକୁ ଚିଠି ହୋଇଛି। ପ୍ରଦୂଷିତ କରୁଥିବା ପ୍ଲାଣ୍ଟଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଏହି ଚିଠିରେ ଉଲ୍ଲେଖ ହୋଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପର୍ଯ୍ୟଟନସ୍ଥଳ ଅପେକ୍ଷାରେ ବିଲ ମହାଦେବ ମନ୍ଦିର

ମହାକାଳପଡ଼ା, ୭ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଶେଷ ସୀମା କଳପଡ଼ା ମୌଜା ଓ ପଟ୍ଟାମୁଣ୍ଡାଇ ବ୍ଲକ ଦେଉଳି ମୌଜା ସନ୍ନିକଟରେ ଅବସ୍ଥିତି ଶୈବ...

ଜଳିଗଲା ୮ ବଖରା, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ

ଆଳି,୬ା୯: କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଅନ୍ତର୍ଗତ କାଟଣା ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଫଳରେ ୪ ପରିବାରର ୮ ବଖରା...

କୁମ୍ଭୀର ପ୍ରଜନନ କେନ୍ଦ୍ରରେ ଜନ୍ମ ନେଲେ ୨୫ ଶାବକ

ରାଜନଗର,୬ା୯ (ଭାସ୍କର ରାଉତରାୟ): ବଉଳା କୁମ୍ଭୀରଙ୍କ ଭୂସ୍ବର୍ଗ ଭାବେ ପରିଚିତ ଭିତରକନିକା ଜାତୀୟ ଉଦ୍ୟାନରେ ଥିବା ବିଶ୍ୱର ସର୍ବପ୍ରଥମ କୃତ୍ରିମ ପ୍ରଜନନ କେନ୍ଦ୍ରରୁ ଗୁରୁବାର ପ୍ରଥମ...

ଆବେଦନ ଲାଗି ଟଙ୍କା ମାଗିବାରୁ ୨ ଜନସେବା କେନ୍ଦ୍ର ଉପରେ କଡା କାର୍ଯ୍ୟାନୁଷ୍ଠାନ: ଅଙ୍ଗନୱାଡି କର୍ମୀଙ୍କ ଦରମା ବନ୍ଦ

କେନ୍ଦ୍ରାପଡ଼ା, ୫ା୯ (ଜଗନ୍ନାଥ ଧଳ): ରାଜ୍ୟ ସରକାରଙ୍କ ବହୁଚର୍ଚ୍ଚିତ ସୁଭଦ୍ରା ଯୋଜନା କାର୍ଯ୍ୟକାରିତାରେ କେନ୍ଦ୍ରାପଡ଼ା ଜିଲାର କେତେକ ସ୍ଥାନରେ ବାଧା ସୃଷ୍ଟି ହୋଇଛି। ଏପରି ଅଭିଯୋଗ...

ଗ୍ରାମୀଣ ରାସ୍ତା ନିର୍ମାଣରେ ଅବହେଳା

କେନ୍ଦ୍ରାପଡ଼ା,୨ା୯ (ଜଗନ୍ନାଥ ଧଳ): ଗତ ଲଗାଣ ବର୍ଷା ଓ ନଦୀରେ ପାଣି ଆସିବାରୁ ଗ୍ରାମ୍ୟ ରାସ୍ତା ବେହାଲ ହୋଇଛି। ଏହି ରାସ୍ତାରେ ଆମ୍ବୁଲାନ୍ସ, ଅଗ୍ନିଶମ ଗାଡ଼ି...

କେନ୍ଦ୍ରାପଡ଼ା ପୁଅ ଅଷ୍ଟ୍ରେଲିଆରେ ସମ୍ମାନିତ

କେନ୍ଦ୍ରାପଡ଼ା,୨ା୯(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ ବ୍ରହ୍ମପୁର ଗ୍ରାମର ପ୍ରଫେସର କମଳାକାନ୍ତ ଦାଶଙ୍କୁ ଅଷ୍ଟ୍ରେଲିଆର ମେଲବର୍ନସ୍ଥିତ ଭିକ୍ଟୋରିଆ ରାଜ୍ୟ ସଂସଦରେ ଶନିବାର ସମ୍ମାନିତ କରାଯାଇଛି।...

ପୁରୀ ପରେ କେନ୍ଦ୍ରାପଡ଼ାରେ ବାର୍ଡ ଫ୍ଲୁ ସନ୍ଦେହ ବଢ଼ିଲା: ରାସ୍ତା କଡ଼ରୁ ୪ ବସ୍ତା ମୃତ କୁକୁଡ଼ା ଠାବ

ଡେରାବିଶ,୧।୯(ବେବର୍ତ୍ତା ଅଜୟ ଦାସ): ରାଜ୍ୟରେ ବାର୍ଡ ଫ୍ଲୁ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି। ପୁରୀ ଜିଲା ପିପିଲି ବ୍ଲକରେ ବାର୍ଡ ଫ୍ଲୁ ପରେ...

ଭାଜପାର ସଦସ୍ୟତା କର୍ମଶାଳାରେ ମାରପିଟ: ପୁରୁଣାଙ୍କୁ ବାଡ଼େଇଲେ ନୂଆ

ରାଜନଗର, ୨୮ା୮(ଭାସ୍କର ରାଉତରାୟ):ନିର୍ବାଚନ ସରିବାର ଅଢ଼େଇ ମାସ ପରେ କେନ୍ଦ୍ରାପଡ଼ା ଜିଲା ରାଜନଗର ନିର୍ବାଚନମଣ୍ଡଳୀ ଭାଜପାରେ ଗଣ୍ଡଗୋଳ ଆରମ୍ଭ ହୋଇଛି। ନିର୍ବାଚନ ପରଠାରୁ ବିଭିନ୍ନ କାର୍ଯ୍ୟକ୍ରମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri