ଲାଞ୍ଜିଗଡ଼,୧ା୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଳକ ବିଜେପୁର ପଞ୍ଚାୟତ କେନ୍ଦୁଗୁଡ଼ା ଗଁାରେ କେତେକ ଦୁବୃର୍ତ୍ତ ମୁରଲୀଧର ସାହୁଙ୍କ ୭ଟି ଚନ୍ଦନ ଗଛ କାଟି ଚୋରି କରି ନେଇଛନ୍ତି। ନେଇ ଏହାର ମୂଲ୍ୟ ୭ ଲକ୍ଷରୁ ଅଧିକ ହେବ ବୋଲି ମୁରଲୀଧର କହିଛନ୍ତିି। ଗତ କିଛି ବର୍ଷ ତଳେ ମୁରଲୀ କୋରାପୁଟ ଜିଲା ଜୟପୁରରୁ ଚନ୍ଦନ ଗଛ ଚାରା ଆଣି ଲଗାଇଥିଲେ। ବର୍ଷ ବର୍ଷ ଧରି ପରିଶ୍ରମ କରି ୮ଟି ଚନ୍ଦନ ଗଛକୁ ବହୁ ଯତ୍ନରେ ରଖିଥିଲେ। ଗଛଗୁଡ଼ିକ ୨ ରୁ ୩ ଫୁଟ ହୋଇଥିଲା। କିନ୍ତୁ ଶୁକ୍ରବାର ରାତିରେ ମୁରଲୀ ଓ ତାଙ୍କ ପରିବାର ଲୋକେ ଶୋଇଥିବା ବେଳେ ଚନ୍ଦନ କାଠ ମାଫିଆମାନେ ୭ଟି ଗଛ କାଟି ନେଇ ଯାଇଛନ୍ତି। ଶନିବାର ସକାଳେ ଗ୍ରାମବାସୀ ଦେଖି ହୋହଲା କରିବା ପରେ ମୁରଲୀ ଜାଣି ପାରିଥିଲେ। ମୁରଲୀ କହିଛନ୍ତି, ଏହି ଗଛକୁ କିଣିବା ପାଇଁ ଗତ ୨ବର୍ଷ ତଳେ ରାୟଗଡ଼ା ଜିଲା ରାଫକଣା ଗ୍ରାମର ଜଣେ ବ୍ୟକ୍ତି ଆସିଥିଲେ ଏବଂ କିଛିଦିନ ତଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଳକ ସାଇସିରିଣୀ ଗୁଣୁପୁର ଗଁାର ଜଣେ ବ୍ୟକ୍ତିି ଚନ୍ଦନ ଗଛ ଦେବାପାଇଁ ମୁରଲୀଙ୍କୁ ମାଗିଥିଲେ। ସେ ଗଛ ବିକିବା ପାଇଁ ରୋକଠୋକ ମନା କରିଦେଇଥିଲେ। ତେଣୁ ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନେ ଗଛ କାଟିନେଇଥିବା ସନ୍ଦେହ କରି ଗଣମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି।

Share