ପଦ୍ମପୁର,୨୦।୫(ଡି.ଏନ୍.ଏ): କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ୩ଟି ଗାଁର ୭ଟି ଦୋକାନକୁ ସିଲ୍ କରାଯାଇଛି। ବେତଡା ବଜାରର ନଛିପୁରରେ ଥିବା ଦେଶୀ ମଦ ଦୋକାନ ଓ ବିଦେଶୀ ମଦ ଦୋକାନ, ୨ଟି ଲୁଗା ଦୋକାନ, ଗୋପାଳପୁରର ତେଜରାତି ଦୋକାନ ଏବଂ ବିଦେଇପୁରର ୨ଟି ପାନ ଦୋକାନକୁ ୭ଦିନ ପାଇଁ ସିଲ୍ କରିଛନ୍ତି ସ୍ଥାନୀୟ ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀ। ଲକ୍ଡାଉନରେ ଦୋକାନ ଖୋଲାଯାଇଥିବା ଅଭିଯୋଗରେ ଏହି ୭ଟି ଦୋକାନକୁ ୭ଦିନ ପାଇଁ ସିଲ୍ କରିଦିଆଯାଇଛି। ଏହି ଚଢ଼ାଉ ସମୟରେ ତହସିଲଦାରଙ୍କ ସମେତ ବେତଡା ରାଜସ୍ବ ନିରୀକ୍ଷକ ଓ ବାସୁଦେବପୁର ପୋଲିସ ଉପସ୍ଥିତ ଥିଲେ।