ଲୋଇସିଂହା,୧।୫(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏବେ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି। ଗତ ୧୦ ଦିନରେ ଡାକ୍ତରଙ୍କ ସମେତ ୭ ଷ୍ଟାଫ୍ କରୋନା ସଂକ୍ରମିତ ହୋଇଛନ୍ତି।
ଡାକ୍ତରଖାନା ସୂତ୍ରରୁ ପ୍ରକାଶ ଯେ, ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଅବସ୍ଥାପିତ ୫ ଡାକ୍ତର ସମେତ ଜଣେ ଏଲ୍ଟି ଓ କାଉନସେଲିଂ କର୍ମଚାରୀ ସଂକ୍ରମିତ ହୋଇ ହୋମ୍ ଆଇସୋଲେଶନରେ ରହିଥିବା ପିଏଚ୍ଓ ରମେଶ ସାହୁ ଓ ବିପିଏମ ସନ୍ତୋଷ ଦୋରାଙ୍କ ସୂତ୍ରରୁ ପ୍ରକାଶ। ଏହାକୁ ନେଇ ଅନ୍ୟ କର୍ମଚାରୀଙ୍କ ମଧ୍ୟରେ ଛନକା ପଶିଯାଇଛି।