ମନୋରଞ୍ଜନ କରିବ ଜୀ-ସାର୍ଥକର ‘୭ ସୁପର ସୋମବାର’

ଭୁବନେଶ୍ୱର,୧।୮ (ଅନୁରାଧା ମହାରଣା):ଓଡ଼ିଆ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ଅଗଷ୍ଟ ୭ରେ ‘୭ ସୁପର ସୋମବାର’ ନାମରେ ଦର୍ଶକଙ୍କ ମନୋରଞ୍ଜନ କରିବ। ଏହି ଦିନ ଜୀ ସାର୍ଥକରେ ‘ଆମ ଝିଲି’ ଓ ‘ଲାଲ ଇସ୍କ’ ଧାରାବାହିକର ଶୁଭାରମ୍ଭ ହେବ। ଦର୍ଶକଙ୍କ ମନ ଜିତିଥିବା ସମସ୍ତ ମେଗା ଧାରାବାହିକ ଓ ରିଆଲିଟି ଶୋ’ର ସ୍ବତନ୍ତ୍ର ଅଧ୍ୟାୟ ସାରାଦିନ ଜାରି ରହିବ। ଦର୍ଶକଙ୍କ ଚାହିଦା ଅନୁସାରେ ପୁଣିଥରେ ଲୋକପ୍ରିୟ ରିଆଲିଟି ଶୋ ‘ରଜ କୁଇନ୍‌ -୨’ର ଗ୍ରାଣ୍ଡ ଫିନାଲେ ପ୍ରସାରିତ ହେବ। ଦିନ ୧ରୁ ସା ୫ଟା ପର୍ଯ୍ୟନ୍ତ ଏହି ରିଆଲିଟି ଶୋ’ ପ୍ରସାରିତ ହେବ। ସା ୫ଟାରୁ ୬ଟା ପଯର୍‌ୟନ୍ତ ଝିଲି, ସା ୬ଟା ରୁ ୭ଟା ପର୍ଯ୍ୟନ୍ତ ‘ଦିଦି ନଂ. ୧’ ଓ ‘ମୁଁ ବି ବିଜୟୀନି’ର ୧ ଘଣ୍ଟାର ମହା ଏପିସୋଡ ଦର୍ଶକ ଦେଖିବାକୁ ପାଇବେ। ଏହି ଦିନ ସା ୭ଟାରେ ନୂଆ ମେଗା ଧାରାବାହିକ ‘ଆମ ଝିଲି’ର ପ୍ରସାରଣ ହେବ । ୭ଟା ୩୦ରୁ ୮ଟା ପର୍ଯ୍ୟନ୍ତ ଧାରାବାହିକ ‘ସୁନା ଝିଅ’ ର ମହାସପ୍ତାହ ଏପିସୋଡ ପ୍ରସାରିତ ହେବ। ପୁଣି ୮ଟା ରୁ ୮ଟା ୩୦ ପର୍ଯ୍ୟନ୍ତ ‘ସାଥିରେ’ ୮ଟା ୩୦ରୁ ୯ଟା ପର୍ଯ୍ୟନ୍ତ ଦେଖିବେ ‘ତୁ ଖରା ମୁଁ ଛାଇ’ର ସେଲିବ୍ରିଟି ସ୍ପେଶାଲ ଅଧ୍ୟାୟ ଓ ରାତି ୯ଟାରୁ ୧୦ଟା ପର୍ଯ୍ୟନ୍ତ ଧାରାବାହିକ ‘ଖୁସିର ଛୁଙ୍କ’ର ୧ ଘଣ୍ଟାର ମହାଏପିସୋଡ ଓ ଶେଷରେ ୧୦ଟାରୁ ୧୧ଟା ପର୍ଯନ୍ତ ଦେଖିବେ ଧାରାବାହିକ ‘ଲାଲ ଇସ୍କ’ର ଶୁଭାରମ୍ଭ ଅଧ୍ୟାୟ ପ୍ରସାରିତ ହେବ। ଚ୍ୟାନେଲ ମୁଖ୍ୟ ପ୍ରତୀକ ସିଲ କହିଛନ୍ତି ଯେ, ପ୍ରଥମରୁ ଆମେ ଆମର ଦର୍ଶକଙ୍କ ଚିନ୍ତାଧାରାକୁ ସମ୍ମାନ ଦେଇ ତାଙ୍କ ମନୋରଞ୍ଜନ ଜାରି ରଖିଛୁ । ଚ୍ୟାନେଲରେ ପ୍ରସାରିତ ଧାରାବାହିକଗୁଡ଼ିକ ଚ୍ୟାନେଲ ସ୍ଥିତିକୁ ସୁଦୃଢ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

Share