୭ ହଜାର ନୂଆ ମେଡିକାଲ ଅଫିସର ନିଯୁକ୍ତ ହେବେ

ଭୁବନେଶ୍ୱର,୨୫।୭(ଅଭିଜିତ ଦାସ): ରାଜ୍ୟରେ ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ଲକ୍ଷ୍ୟରେ ରାଜ୍ୟ ସରକାର ଆଉ ୭ ହଜାର କ୍ଲାସ-୧ ମେଡିକାଲ ଅଫିସର ପଦବୀ ସୃଷ୍ଟି କରିଛନ୍ତି। ସେଥିରେ ଅଣସଂରକ୍ଷିତ ବର୍ଗଙ୍କ ପାଇଁ ୨,୫୦୦ ପଦବୀ ରହିଥିବାବେଳେ ସାମାଜିକ-ଶିକ୍ଷାଗତ ପଛୁଆ ବର୍ଗଙ୍କ ପାଇଁ ୭୧୪, ଅନୁସୂଚିତ ଜାତିବର୍ଗଙ୍କ ଲାଗି ୧,୫୯୭ ଏବଂ ଅନୂସୂଚିତ ଜନଜାତି ବର୍ଗଙ୍କ ପାଇଁ ୨,୪୬୫ଟି ପଦବୀ ରହିଛି। ଏହି ପଦବୀଗୁଡିକ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିବା ସକାଶେ ସୋମବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶାଳିନୀ ପଣ୍ଡିତ ଓଡିଶା ଲୋକସେବା ଆୟୋଗ(ଓପିଏସ୍‌ସି)କୁ ଅନୁରୋଧ କରିଛନ୍ତି। ଏହି ନୂତନ ନିଯୁକ୍ତି ହେଲେ ରାଜ୍ୟରେ ବିଭିନ୍ନ ସରକାରୀ ଡାକ୍ତରଖାନାରେ ଖାଲି ଥିବା ୨,୨୭୬ ପଦବୀ ପୂରଣ ହୋଇପାରିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଏହି ନିଯୁକ୍ତି ଓଡିଶା ମେଡିକାଲ ଓ ସ୍ବାସ୍ଥ୍ୟସେବା ରୁଲ୍‌-୨୦୧୭, ଓଡିଶା ମେଡିକାଲ ଓ ସ୍ବାସ୍ଥ୍ୟସେବା ସଂଶୋଧନ ରୁଲ୍‌-୨୦୨୦ ଅନୁଯାୟୀ କରାଯିବ।

Share