Categories: ଖେଳ

ଅବ୍ରାରଙ୍କୁ ୭ ଉଇକେଟ: ଇଂଲଣ୍ଡ ୨୮୧

ମୁଲ୍‌ତାନ, ୧୦ା୧୨ (ଏପି): ସ୍ଥାନୀୟ ମୁଲ୍‌ତାନ କ୍ରିକେଟ ଷ୍ଟାଡିୟମ ପାକିସ୍ତାନ ଓ ଭ୍ରମଣକାରୀ ଇଂଲଣ୍ଡ କ୍ରିକେଟ ଦଳ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଆରମ୍ଭ ହୋଇଛି। ପ୍ରଥମ ଦିବସରେ ପାକିସ୍ତାନର ପଦର୍ପଣକାରୀ ଖେଳାଳି ଅବ୍ରାର୍‌ ଅହମ୍ମଦଙ୍କ ୭ ଉଇକେଟ ସଫଳତା ଯୋଗୁ ଇଂଲଣ୍ଡ ପ୍ରଥମ ଦୁଇ ସେସନ ଖେଳରେ ମାତ୍ର ୨୮୧ରନରେ ଅଲଆଉଟ ହୋଇଯାଇଛି। ଜବାବରେ ଶୁକ୍ରବାର ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ପାକିସ୍ତାନ ୨ ଉଇକେଟ ବିନିମୟରେ ୧୦୭ ରନ କରିଛି। ଅଧିନାୟକ ବାବର ଆଜମ ୬୧ ଓ ସାଉଦ ଶକିଲ ୩୨ରନ କରି ଅପରାଜିତ ରହିଛନ୍ତି। ବ୍ୟାଡଲାଇଟ ଯୋଗୁ ୧୦ ଓଭର ବାକି ଥାଇ ଖେଳକୁ ସ୍ଥଗିତ ରଖିବାକୁ ପଡ଼ିଥିଲା। ପୂର୍ବରୁ ରାଓ୍ବଲପିଣ୍ଡିରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ପାକିସ୍ତାନ ୭୪ ରନରେ ପରାଜିତ ହୋଇଥିଲା।
ସଂକ୍ଷିପ୍ତ ସ୍କୋର
ଇଂଲଣ୍ଡ ପ୍ରଥମ ଇନିଂସ: ୫୧.୪ ଓଭରରେ ୨୮୧ (ବେନ୍‌ ଡକେଟ-୬୩, ଓଲି ପୋପ୍‌-୬୦, ମାର୍କ ଉଡ୍‌-୩୬*; ଅବ୍ରାର ଅହମଦ-୭/୧୧୪, ଜାହିଦ ମେହେମୁଦ-୩/୬୩)। ପାକିସ୍ତାନ ପ୍ରଥମ ଇନିଂସ: ୨୮ ଓଭରରେ ୧୦୭/୨ (ବାବର ଆଜାମ-୬୧*, ସାଉଦ୍‌ ଶକିଲ-୩୨*; ଜେମ୍ସ ଆଣ୍ଡରସନ-୧/୪)।

Share