ଭୁବନେଶ୍ବର,୨୭।୨: ଶହିଦ ନଗର ଅଞ୍ଚଳରୁ ୭ ବର୍ଷର ଶିଶୁକନ୍ୟାଙ୍କୁ ଉଦ୍ଧାର କରାଯାଇଛି। ଶିଶୁକନ୍ୟାଙ୍କ ଦେହସାରା କଟା ଓ ପୋଡ଼ା ଦାଗ ଅଛି। ମିଳିଥିବା ସୂଚନାନୁଯାୟୀ, ବାପା ମାଆଙ୍କ ଦେହାନ୍ତ ପରେ ଜେଜେଙ୍କ ପାଖରେ କୁନି ଝିଅଟି ରହୁଥିଲେ। ଜଣେ ମହିଳା ସହ ମିଶି ଜେଜେ ତାଙ୍କୁ ମାଡ଼ ମାରୁଥିବା ସହ ଚେଙ୍କ ଦେଉଥିବା ନେଇ କୁନି ଝିଅଟି ପ୍ରକାଶ କରିଛନ୍ତି। ସୁଯୋଗ ପାଇ ସେ ଘରୁ ଖସି ପଳାଇ ଆସିଥିବା କହିଛନ୍ତି। ଶିଶୁକନ୍ୟା ଜଣଙ୍କ କାନ୍ଦୁଥିବା ଦେଖି ଜଣେ ବ୍ୟକ୍ତି ରୁଚିକା କର୍ମକର୍ତ୍ତାଙ୍କୁ ଦେଇଛନ୍ତି।