Categories: ଫୁରସତ

କୁନି ଶିଶୁଙ୍କ ରୋଷେଇ ପ୍ରତିଭା: ନିମିଷକରେ ପ୍ରସ୍ତୁତ କରୁଛନ୍ତି ଜିଲାପି

ସୋସିଆଲ ମିଡିଆରେ ୭ ବର୍ଷ ଶିଶୁଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯିଏକି ନିଜର ରୋଷେଇ ପ୍ରତିଭା ସୋସିଆଲ ମିଡିଆ ଜରିଆରେ ଦେଖାଇଛନ୍ତି। ରାଜସ୍ଥାନୀ ଖାଦ୍ୟଠାରୁ ଆରମ୍ଭ କରି ଚକୋଲେଟ, କେକ୍‌ ପର୍ଯ୍ୟନ୍ତ ପିଲାଟି ସବୁକିଛି ଚଟାପଟ୍‌ କରିଦେଉଛନ୍ତି। ତାଙ୍କ ରୋଷେଇ କରିବା ଶୈଳୀ ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବ।

ଏକ ଭିଡିଓରେ କୁନି ଶିଶୁ ଜିଲାପି ତିଆରି କରୁଥିବା ଦେଖିବାକୁ ମିଳିଛି। ରୋଷେଇ ଘରେ ଜିଲାପି ତିଆରି କରିବାର ଉପାୟ ଦେଖି ବଡ଼ମାନେ ଡରି ଯାଉଥିବା ବେଳେ ସେ  ଆରାମରେ ତିଆରି କରିଦେଉଛନ୍ତି। ପ୍ରଥମେ ସେ ଚିନି ଶିରା ପ୍ରସ୍ତୁତ କରୁଛନ୍ତି। ପରେ ଗୋଳାଇ ରଖିଥିବା ବେସନକୁ ଏକ କୋନ୍‌ ସାହାଯ୍ୟରେ ଛୋଟ ଛୋଟ ଜିଲାପି ପ୍ରସ୍ତୁତ କରୁଛନ୍ତି। ତାଙ୍କ ହାତ ତିଆରି ସାମଗ୍ରୀ ବେଶ୍‌ ସ୍ବାଦିଷ୍ଟ ମଧ୍ୟ।

ତାଙ୍କ ଜିଲାପି ପ୍ରସ୍ତୁତି ଶୈଳୀକୁ ଲୋକେ ଖୁବ୍‌ ପସନ୍ଦ କରିଛନ୍ତି। ଜଣେ ୟୁଜର କହିଛନ୍ତି, ବହୁତ ସୁନ୍ଦର। ଅନ୍ୟ ଜଣେ ୟୁଜର କହିଛନ୍ତି, କମାଲ କରିଦେଲ।

Share