Categories: ଫୁରସତ

ଆଇଫୋନ୍‌ରେ ଗେମ୍‌ ଖେଳି ୧.୩୩ ଲକ୍ଷ ଖର୍ଚ୍ଚ କରିଦେଲା ୭ ବର୍ଷର ପୁଅ: ବିଲ୍‌ ପୈଠ କରିବାକୁ କାର୍‌ ବିକ୍ରି କଲେ…

ଜଣେ ଡାକ୍ତରଙ୍କ ପୁଅ ତାଙ୍କ ଆଇଫୋନ୍‌ରୁ ଅନେକ ଗେମ୍‌ କିଣିଦେଇଥିଲେ। ଏହାର ବିଲ୍‌ ପୈଠ କରିବା ଲାଗି ଡାକ୍ତର ନିଜର କାର୍‌ ବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି। ଘଟଣାଟି ଚକିତ କଲେ ହେଁ ସତ। ବ୍ରିଟେନର ନର୍ଥ ଓ୍ବେଲ୍ସରେ ରହୁଥିବା ୭ ବର୍ଷ ବାଳକ ଆଶାଜ ବାପାଙ୍କ ଆଇଫୋନ୍‌ରୁ ‘ଡ୍ରାଗନ୍ସ: ରାଇଜ୍‌ ଅଫ୍‌ ଓ୍ବାର୍କ’କୁ ଘଣ୍ଟାଏ ଯାଏ ଖେଳିଥିଲେ। ଏହି ସମୟ ମଧ୍ୟରେ ସେ ୧.୯୯ ଡଲାରରୁ ଆରମ୍ଭ କରି ୯୯.୯୯ ଡଲାର ଦେଇ ଅନେକ ଇନ୍‌-ଆପ୍‌ କିଣିଥିଲେ। ଏପରି କରି ସେ ମୋଟ ୧,୨୮୯.୭୦ ଡଲାର(୧.୩୩ଲକ୍ଷ) ଟଙ୍କା ଖର୍ଚ୍ଚ କରିଥିଲେ। ପରେ ତାଙ୍କ ବାପା ମହମ୍ମଦ ମୁତାଜାଙ୍କୁ ଏ ବିଷୟରେ ଜଣାପଡ଼ିଥିଲା। ସେ ଏହା ଦେଖି ଚକିତ ହୋଇଯାଇଥିଲେ। ଏତେ କମ୍‌ ବୟସର ଖେଳାଳିମାନଙ୍କୁ ଅସୀମିତ କିଣାବିକା ପାଇଁ ଅନୁମତି ଦିଆଯାଉଥିବାକୁ ନେଇ ସେ ଚିନ୍ତାରେ ପଡ଼ିଥିଲେ।

ପ୍ରଥମେ ମହମ୍ମଦ ଧୋକା ଖାଇଥିବା ଅନୁଭବ କରିଥିଲେ। କାରଣ ତାଙ୍କୁ ଆସିଥିବା ଇମେଲ୍‌ରେ କିଣାବିକା ଅନୁପାତ ଅଧିକ ଥିଲା। ଏନେଇ ସେ ଆପଲ୍‌ କମ୍ପାନୀ ନିକଟରେ ଅଭିଯୋଗ କରିଥିଲେ। ପରେ କମ୍ପାନୀ ତାଙ୍କୁ ୨୦୭ ଡଲାର ଫେରସ୍ତ କରିଥିଲା। ତେବେ ସେ ପିଲାମାନଙ୍କ ପାଇଁ ସ୍ବତନ୍ତ୍ର ଭାବେ ଡିଜାଇନ୍‌ କରାଯାଇଥିବା ମାଗଣା ଖେଳ କଦାପି ଏତେ ପରିମାଣର ଅସୀମିତ କାରବାରକୁ ଅନୁମତି ଦେବା ଉଚିତ ନୁହେଁ ବୋଲି ସେ କହିଛନ୍ତି।

Share