Categories: ଜାତୀୟ

୭ ବର୍ଷିୟା ନାବାଳିକାଙ୍କୁ ୨ ଦିନ ଧରି ବଳାତ୍କାର ପରେ ହତ୍ୟା

ମୋରଦାବାଦ,୨୬।୧୨: ଉତ୍ତରପ୍ରଦେଶର ମୋରଦାବାଦରେ ଜଣେ ୭ ବର୍ଷର ଝିଅଙ୍କୁ ଅପହରଣ କରାଯାଇ ବଳାତ୍କାର ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଝିଅଟି ନିଖୋଜ ହେବାର ୨ ଦିନ ପରେ ଆଖୁକ୍ଷେତରୁ ତାଙ୍କ ମୃତଦେହ ମିଳିଛି।

ଶୁକ୍ରବାର ଜଣେ ଚାଷୀ ତାଙ୍କ କ୍ଷେତକୁ ଯାଉଥିବାବେଳେ ନାବାଳିକାଙ୍କ ମୃତଦେହ ପାଇ ପରିବାର ଲୋକଙ୍କୁ ଜଣାଇଥିଲେ। ୨୨ ତାରିଖରେ ନାବାଳିକା ଜଣକ ଘର ବାହାରେ ଖେଳୁଥିବାବେଳେ ନିଖୋଜ ହୋଇଯାଇଥିଲେ। ବୁଧବାର ସନ୍ଧ୍ୟାରେ ପରିବାର ପକ୍ଷରୁ ଥାନାରେ ନିଖୋଜ ଅଭିଯୋଗ କରାଯାଇଥିଲା। ତାଙ୍କୁ ଖୋଜି ବାହାର କରିବା ଲାଗି ପୋଲିସ ପକ୍ଷରୁ ଦୁଇଟି ଟିମ୍‌ ଗଢ଼ାଯାଇଥିଲା। ଘରଠାରୁ ୨ କିଲୋମିଟର ଦୂର ଆଖୁକ୍ଷେତରୁ ମୃତଦେହ ମିଳିବା ପରେ ରବିବାର ବ୍ୟବଚ୍ଛେଦ କରାଯାଇଛି। ପୀଡ଼ିତାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଛି ବୋଲି ପୋଲିସ କହିଛି।

Share