ବାରଙ୍ଗ,୧୯।୬(ଡି.ଏନ୍.ଏ.): ନନ୍ଦନକାନନରେ ରହୁଥିବା ଜିରାଫ ‘ଖୁସି’ପାଇଁ ଏକ ସାଥୀ ଆସିବ। ୭ ବର୍ଷ ଧରି ଖୁସି ନିଃସଙ୍ଗ ଜୀବନ ବିତାଉଥିଲା। ଅଲିପୁର ଚଡ଼ିଆଖାନାରୁ ଖୁସି ପାଇଁ ସାଥୀ ଆଣିବା ନେଇ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏବେ ଖୁସି ଓ ତାର ସାଥୀ ମିଶି କରି ରହିବେ। ପୂର୍ବରୁ ନନ୍ଦନକାନନକୁ ଦୁଇ ଦୁଇ ଥର ଅଣ୍ଡିରା ଜିରାଫ ଅଣା ଯାଇଥିଲେ ମଧ୍ୟ ସେମାନେ ମରିଯିବାରୁ ଖୁସି ଏକୁଟିଆ ରହୁଛି।