୭ ବର୍ଷର ପ୍ରେମ ସମ୍ପର୍କ; ହଠାତ୍‌ ଅଲଗା ହୋଇ ଚମକାଇଥିଲେ

ବମ୍ବେ: ଏକଦା ଅଭିନେତ୍ରୀ ଆଶା ନେଗି ଏବଂ ଅଭିନେତା ରିତ୍ୱିକ ଧନଜାନୀ ଟେଲି ପରଦାର ଲୋକପ୍ରିୟ ଯୋଡ଼ି ଥିଲେ। ଉଭୟଙ୍କ ପ୍ରେମସମ୍ପର୍କ ଗଣମାଧ୍ୟମର ଶିରୋନାମା ପାଲଟୁଥିଲା। ହେଲେ ଏବେ ଉଭୟଙ୍କ ବାଟ ଅଲଗା। ଦିନେ ପରସ୍ପରକୁ ଛାଡ଼ି ମୁହୂର୍ତ୍ତେ ରହି ପାରୁ ନ ଥିବା ଏହି କଳାକାର ଯୋଡ଼ି ଅଲଗା ହେବା ପଛର କାରଣ ଏବେ ବି ଅଜଣା।

ଲୋକପ୍ରିୟ ଧାରାବାହିକ ‘ପବିତ୍ର ରିସ୍ତା’ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଆଶା-ରିତ୍ୱିକ। ଉଭୟ ସ୍ବାମୀସ୍ତ୍ରୀ ଚରିତ୍ରରେ ନଜର ଆସିଥିଲେ। ପ୍ରଥମେ ଏକାଠି କାମ କରୁଥିଲେ ହେଁ ପରସ୍ପର ସହ କଥା ହେଉ ନ ଥିଲେ ଦୁହେଁ। ଦୀର୍ଘ ଦିନ ଧରି ଏପରି ଚାଲିଥିଲା। ଧିରେ ଧିରେ ଉଭୟଙ୍କ ଭିତରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା। ୨୦୧୩ରେ ସେମାନେ ନୂଆ ଆରମ୍ଭ କରିଥିଲେ।

ଆଶାଙ୍କୁ ରିତ୍ୱିକ ପ୍ରଥମରୁ ଗର୍ବି ଲାଗୁଥିଲେ। ହେଲେ ଏକାଠି କିଛି ସମୟ ବିତାଇବା ପରେ ରିତ୍ୱିକ ଜଣେ ଭଲ ମଣିଷ ବୋଲି ଜାଣିଥିଲେ ଆଶା। ୨୦୧୩ରେ ସେମାନେ ପରସ୍ପର ସହ ପ୍ରେମ ବନ୍ଧନରେ ଆବଦ୍ଧ ହୋଇଥିଲେ। ପରେ ନଚ ବଲିୟେ ସେଟ୍‌ରେ ସେମାନେ ଯୋଡ଼ି ଭାବେ ନଜର ଆସିଥିଲେ। ପ୍ରେମରେ ରହିବାର ଛଅରୁ ସାତ ବର୍ଷ ପରେ ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା।

କିଛି ବର୍ଷ ପରସ୍ପର ସହ ରହିବା ପରେ ଉଭୟ ବ୍ରେକ୍‌ଅପ୍‌ କରିନେଇଥିଲେ। ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରି ପ୍ରଶଂସକଙ୍କୁ ସେମାନେ ନିଜ ବିଷୟରେ ଜଣାଇଥିଲେ। ଫରକ ଏତିକି ଥିଲା ଉଭୟ ପରସ୍ପର ପ୍ରତି ଭଲ ଭାବନା ରଖି ଅଲଗା ବାଟ ବାଛି ନେଇଥିଲେ। କାହାପ୍ରତି କାହା ମନରେ ଖରାପ ଭାବନା ନ ଥିଲା। ଏବେ ସେମାନେ ପରସ୍ପରର ଭଲ ବନ୍ଧୁ ଭାବେ ଅଛନ୍ତି।

Share