Categories: ଫୁରସତ

୭ ବର୍ଷ ଧରି ନେଉଛନ୍ତି ଗର୍ଭଧାରଣର ଅନୁଭୂତି

କାନବେରା

ପ୍ରତ୍ୟେକ ବିବାହିତା ମହିଳାଙ୍କ ପାଇଁ ମା’ ହେବା ବହୁତ ଖାସ୍‌ ହୋଇଥାଏ। ଆଗକାଳରେ ମହିଳାମାନେ ଅଧିକ ଶିଶୁ ଜନ୍ମ କରୁଥିଲେ। ସେମାନଙ୍କ ଲାଳନପାଳନ କରିବାକୁ ମଧ୍ୟ ଅଧିକ ପରିଶ୍ରମ କରିବାକୁ ପଡୁଥିଲା। ହେଲେ ଧୀରେ ଧୀରେ ତାହା କମିଛି। ଏବେ ପ୍ରତ୍ୟେକଙ୍କ ଗୋଟିଏ କିମ୍ବା ୨ଟି ପିଲା ରହିଛନ୍ତି। ହେଲେ ଅଷ୍ଟ୍ରେଲିଆର ଜଣେ ମହିଳା ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ତାଙ୍କର ଏପର୍ଯ୍ୟନ୍ତ ୯ଟି ପିଲା ଥିବାବେଳେ ସେ ବର୍ତ୍ତମାନ ୧୦ମ ଥର ପାଇଁ ଗର୍ଭବତୀ ଅଛନ୍ତି। ରିପୋର୍ଟ ମୁତାବକ, ଅଷ୍ଟ୍ରେଲିଆର କ୍ଲୋଇ ନାମ୍ନୀ ମହିଳା ଗତ ୭ ବର୍ଷ ହେବ ଗର୍ଭବତୀ ରହୁଛନ୍ତି। ସେ ପ୍ରତିବର୍ଷ ଗର୍ଭଧାରଣର ଅନୁଭୂତି ନେଉଛନ୍ତି। ତାଙ୍କର ୯ଟି ପିଲା ଅଛନ୍ତି। ଆସନ୍ତା ବର୍ଷ ସେ ତାଙ୍କର ୧୦ମ ଶିଶୁ ଜନ୍ମଦେବାକୁ ଯାଉଛନ୍ତି। ନିକଟରେ କ୍ଲୋଇ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ସେଥିରେ ସେ ତାଙ୍କ ସ୍ବାମୀ ଏବଂ ୯ ଶିଶୁଙ୍କ ସହିତ ପୋଜ୍‌ ଦେଇ ଠିଆ ହୋଇଛନ୍ତି। ଏଥିସହ ତାଙ୍କ ହାତରେ ଅଲ୍‌ଟ୍ରାସାଉଣ୍ଡର ଏକ ଫଟୋ ମଧ୍ୟ ରହିଛି। ସେ କହିଛନ୍ତି, ତାଙ୍କ ୧୦ମ ପିଲା ୨୦୨୪ ଫେବୃୟାରୀରେ ଜନ୍ମନେବ। ତେବେ ସେ ୭ ବର୍ଷରେ କିଛିଥର ୨ କିମ୍ବା ୩ ଯାଅଁାଳା ଛୁଆ ଜନ୍ମ କରିଥିବା କହିଛନ୍ତି। ଏଥିରେ ସେ ଏବଂ ତାଙ୍କ ସ୍ବାମୀ ବେଶ୍‌ ଖୁସି ଥିବା କହିଛନ୍ତି। ହେଲେ ପୋଷ୍ଟ ଶେୟାର ପରେ ଅନେକେ ତାଙ୍କୁ କମେଣ୍ଟ କରିଥିବା ଦେଖିବାକୁ ମିଳିଛି।

Share