ଗଞ୍ଜାମ,୭।୫(ଡି.ଏନ୍.ଏ.): କରୋନା ଦ୍ୱିତୀୟ ଲହର ମୁକାବିଲା ନିମନ୍ତେ ମେ ୫ ରୁ ୧୯ ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ୍ ଘୋଷଣା କରିଛନ୍ତି ସରକାରl ଏହି ଲକ୍ଡାଉନ୍ ର ଫାଇଦା ନେଇ କିଛି ଅସାଧୁ ବେପାରୀ ନିତ୍ୟ ଆବଶ୍ୟକ ଜିନିଷକୁ ଚଢ଼ା ଦରରେ ବିକ୍ରି କରୁଛନ୍ତି l ବିଶେଷ କରି ଆଳୁ ପିଆଜ ଦର କିଲୋପିଛା ଡବଲ ଦରରେ ବିକ୍ରି ହେଉଥିଲା। ପ୍ରଶାସନ ଜାଣିବା ପରେ ଛତ୍ରପୁରରେ ଆଳୁ ପିଆଜ ସୁଲଭ ଦରରେ ବିକ୍ରି ହେଉଛି। ମାତ୍ର ଗଞ୍ଜାମ ସହର କେବେ ସୁଲଭ ଦରରେ ଆଳୁ ପିଆଜ ବିକ୍ରି ହେବ ? ଏ ନେଇ ସ୍ଥାନୀୟ ପ୍ରଶାସନ କିପରି ପଦକ୍ଷେପ ଗ୍ରହଣ କରିବେ ତାହାର ଅପେକ୍ଷାରେ ଲୋକେ ଅଉଛନ୍ତି। ତେବେ ସ୍ଥାନୀୟ ପ୍ରଶାସନ ଖାଲି ଦୋକାନ ବଜାର ବନ୍ଦ କିମ୍ବା ବାଇକ ଆରୋହୀଙ୍କ ଠାରୁ ଫାଇନ ଆଦାୟ କରିବାରେ ବ୍ୟସ୍ତ ରହୁଥିବା ବେଳେ ଲୋକଙ୍କ କଥା ବୁଝୁ ନ ଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।