Posted inଜାତୀୟ

ସପ୍ତାହକୁ ଅଫିସରେ ୭୦ ଘଣ୍ଟିଆ କାର୍ଯ୍ୟ: ସଂସଦରେ ଚର୍ଚ୍ଚା, ସରକାରଙ୍କୁ ବିରୋଧୀଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ,୬।୧୨ : ସଂସଦର ଶୀତକାଳୀନ ଅଧିବେଶନରେ ୭୦ ଘଣ୍ଟିଆ କାର୍ଯ୍ୟ ସପ୍ତାହ ବିଷୟରେ ଆଲୋଚନା ହୋଇଥିଲା । ଇନଫୋସିସ ସହ-ପ୍ରତିଷ୍ଠାତା ନାରାୟଣ ମୁର୍ତ୍ତୀ ଏହି ବିତର୍କକୁ ଜନ୍ମ ଦେଇଥିଲେ। ସଂସଦରେ ସରକାର ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି। ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲି କହିଛନ୍ତି ସରକାର ଏଭଳି କୌଣସି ପ୍ରସ୍ତାବ ଉପରେ ବିଚାର କରୁନାହାନ୍ତି। ଏ ବାବଦରେ ସେ ଏମପିଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି।

କଂଗ୍ରେସର କୋମତି ଭେଙ୍କଟା ରେଡ୍ଡୀ, ଭାରତ ରାଷ୍ଟ୍ର ସମିତି (ବିଆରଏସ) ଏମପି ମନେ ଶ୍ରୀନିବାସ ରେଡ୍ଡୀ ଏବଂ ଓ୍ବାଇଏସଆର କଂଗ୍ରେସର କନ୍ନୁମୁରୁ ରଘୁ ରାମ କୃଷ୍ଣ ରାଜୁ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟକୁ ପଚାରିଥିଲେ ସରକାର ସପ୍ତାହକୁ ୭୦ ଘଣ୍ଟିଆ କାମ ପାଇଁ ନାରାୟଣ ମୁର୍ତ୍ତୀଙ୍କ ପରାମର୍ଶରେ କାର୍ଯ୍ୟ କରିବେ କି? ଏହା ଏହା ଉପରେ ସରକାର ବିଚାର କରୁଛନ୍ତି କି?

୭୭ବର୍ଷୀୟ ନାରାୟଣ ମୁର୍ତ୍ତୀ ଯୁବକମାନଙ୍କୁ ପରାମର୍ଶ ଦେଇଛନ୍ତି ସେମାନେ ସପ୍ତାହରେ ୭୦ଘଣ୍ଟା କାମ କରିବା ଉଚିତ ଯାହା ଦ୍ୱାରା ଭାରତର ସାମଗ୍ରିକ ଉତ୍ପାଦନ ବୃଦ୍ଧି ପାଇବ। ପୂର୍ବତନ ଇନଫୋସିସ ସିଇଓ ମୋହନଦାସ ପାଏଙ୍କ ସହ କଥାବାର୍ତ୍ତା ବେଳେ ସେ ଏହା ଏକ ପୋଡକାଷ୍ଟରେ କହିଥିଲେ। ସେ କହିଥିଲେ ଭାରତ ହେଉଛି ବିଶ୍ୱରେ ସର୍ବନିମ୍ନ ଉତ୍ପାଦନକ୍ଷମ ଦେଶ ଏବଂ ଚାଇନା ଭଳି ଦେଶ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଛି। ମୁର୍ତ୍ତୀଙ୍କ ଅନୁଯାୟୀ, ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଯେପରି ଜାପାନ ଏବଂ ଜର୍ମାନୀ ଅତିରିକ୍ତ ପରିଶ୍ରମ କରିଥିଲେ, ଭାରତ ମଧ୍ୟ ତାହା କରିବା ଆବଶ୍ୟକ।

ନାରାୟଣ ମୁର୍ତ୍ତୀଙ୍କ ଏହି ପରାମର୍ଶ ବିଷୟରେ ସାଧାରଣ ଲୋକ ଏବଂ ବୁଦ୍ଧିଜୀବୀମାନେ ଇଣ୍ଟରନେଟରେ ଦୁଇଟି ଦଳରେ ବିଭକ୍ତ ହୋଇଥିଲେ। ଲୋକଙ୍କ ଏକ ବିଭାଗ ତାଙ୍କ ସହ ସହମତ ହୋଇଥିଲେ। ଓଲା ପ୍ରତିଷ୍ଠାତା ଭବୀ ଅଗ୍ରୱାଲ ମୁର୍ତ୍ତୀଙ୍କ ବିବୃତ୍ତିରେ ସହମତ ହୋଇଥିଲେ। ଏଥି ସହ କଂଗ୍ରେସ ଏମପି ଶଶି ଥରୁର ବିପରୀତ ବିବୃତ୍ତି ଦେଇଥିଲେ। ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ ଗେଟ୍ସ ଏକ ଭିନ୍ନ ବିତର୍କ ଆରମ୍ଭ କରି କହିଥିଲେ ସପ୍ତାହରେ ମାତ୍ର ୩ ଦିନ କାମ କରିବା ଉଚିତ। ଏହି କଥାକୁ ଆଗକୁ ନେଇ ଥରୁର କହିଥିଲେ ଯଦି ନାରାୟଣ ମୁର୍ତ୍ତୀ ଏବଂ ବିଲ ଗେଟ୍ସଙ୍କ ଶବ୍ଦ ଗ୍ରହଣ କରି ଏକ ନୂତନ ସମୀକରଣ କରାଯାଏ, ତେବେ ଗୋଟିଏ ସପ୍ତାହରେ କାର୍ଯ୍ୟ ଦିବସ ସଂଖ୍ୟା ବର୍ତ୍ତମାନ ୫ ହେବା ଉଚିତ।

 


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri