୭୦% ପ୍ରତିଶତ ଅର୍ଥ ହରିଲୁଟ୍‌: ମୋହନ ସରକାର କରିବେନି ବରଦାସ୍ତ

ଛତ୍ରପୁର, ୯।୧୦(ସନ୍ତୋଷ ପାଢ଼ୀ): ଦୀର୍ଘ ୧୫ ମାସ ପରେ ଗଞ୍ଜାମ ଜ଼ିଲାପରିଷଦ ବୈଠକ ବୁଧବାର ଜ଼ିଲାପରିଷଦ ଋଷିକୂଲ୍ୟା ସମ୍ମିଳନୀ କକ୍ଷଠାରେ ବସିଛି। ପ୍ରତି ୩ ମାସକୁ ଥରେ ଜ଼ିଲାପରିଷଦ ବୈଠକ ବସିବାର ନିୟମ ଥିବାବେଳେ ଗଞ୍ଜାମରେ ଏହା ବ୍ୟତିକ୍ରମ ଦେଖିବାକୁ ମିଳିଛି। ଗତବର୍ଷ ଜୁଲାଇରେ ଏହି ବୈଠକ ଭିସି ମାଧ୍ୟମରେ ବସିଥିଲା। ଗତମାସରେ କନିଷ୍ଠ ଶିକ୍ଷକ ତାଲିକା ଅନୁମୋଦନ ନେଇ ଅନୁଷ୍ଠିତ ସ୍ବତନ୍ତ୍ର ବୈଠକରେ ବିଜେଡିର ସମସ୍ତ ଜ଼ିଲାପରିଷଦ ସଦସ୍ୟମାନେ ଉଦବେଗ ପ୍ରକାଶ କରିବା ସହ ଜ଼ିଲାପରିଷଦ ବୈଠକ ବର୍ଷେ ହେଲା ବସି ନ ଥିବା ନେଇ ପ୍ରଶ୍ନ ଉଠାଇବା ସହ ବୈଠକ ବର୍ଜନ କରି ଚାଲିଯାଇଥିଲେ।

ଏହି ବୈଠକରେ ଜ଼ିଲାପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ବାଇଁ ଅଧ୍ୟକ୍ଷତା କରିଥିଲେ। ଜ଼ିଲାରେ ସରକାରଙ୍କ ୭୦ ପ୍ରତିଶତ ଅର୍ଥ ହରିଲୁଟ ହେଉଛି। ଏହା ମୋହନ ମାଝୀ ସରକାର ସାଧାରଣ ଜନତାଙ୍କ ସରକାର। ଏହି ଦୁର୍ନୀତି ମୋହନ ସରକାର ବରଦାସ୍ତ କରିବେନି ବୋଲି ଉପସ୍ଥିତ ଭାଜପା ବିଧାୟକମାନେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଜେନା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲିକ, ବ୍ରହ୍ମପୁର ଏମପି ପ୍ରଦୀପ ପାଣିଗ୍ରାହୀ, ଆସିକା ଏମପି ଅନିତା ଶୁଭଦର୍ଶନୀ ଗଞ୍ଜାମ ଜ଼ିଲାପାଳ ଦିବ୍ୟଜ୍ୟୋତି ପରିଡା, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଆସ୍କା ବିଧାୟକ ସରୋଜ ପାଢ଼ୀ, ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ ନାୟକ, ଚିକିଟି ବିଧାୟକ ମନୋରଞ୍ଜନ ଧ୍ୟାନସାମନ୍ତରା,ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ,ଉପାଧ୍ୟକ୍ଷା ଏସ. ରାଜେଶ୍ୱରୀ ରେଡ୍ଡୀ, ଜ଼ିଲାପରିଷଦ ମୁଖ୍ୟ ଉର୍ଣ୍ଣୟନ ଅଧିକାରୀ ମଧୁମିତା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଜିଲା କାରାଗାରରେ ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ

ବରଗଡ଼,୯।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ରହିଥିବା ଜଣେ ଯୁବକଙ୍କ ବୁଧବାର ମୃତ୍ୟୁ ଘଟିଛି। ମୃତକ ହେଲେ, ଅମ୍ବାଭୋନା ଥାନା ପ୍ରକାଶପୁର...

ମଞ୍ଚରେ ଥିଲେ ମୁଖ୍ୟମନ୍ତ୍ରୀ, ଟର୍ଚ୍ଚ ମାରିଲେ ମାଉସୀ, ବାରିପଦା ସଭାରେ ରୋଚକ ଦୃଶ୍ୟ

ଭୁବନେଶ୍ୱର,୯।୧୦: ଖାତାକୁ ଆସିଛି ସୁଭଦ୍ରା ଟଙ୍କା। ସୁଭଦ୍ରା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଛି ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ’ସୁଭଦ୍ରା’ ଟଙ୍କା। ବାରିପଦା ଛଉ ପଡ଼ିଆ...

ସୁଭଦ୍ରା KYC ପାଇଁ ବ୍ୟାଙ୍କରେ ଠେଲାପେଲା: ଭିଡ଼ରେ ଜଣେ ଆହତ

ଭଦ୍ରକ,୯।୧୦: ସୁଭଦ୍ରା ପାଇଁ କଓ୍ବୋଇସି ଅପଡେଟ ବେଳେ ବୁଧବାର ଏକ ଅଭାବନୀୟ ସ୍ଥିତ ଦେଖିବାକୁ ମିଳିଛି। ବ୍ୟାଙ୍କରେ ପ୍ରବଳ ଭିଡ଼ ଓ ଠେଲାପେଲା ଭିତରେ ଜଣେ...

କାଳରାତ୍ରୀ ବେଶରେ ମା’ ସମଲେଶ୍ବରୀ

ବରଗଡ଼,୯।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କ ମନ୍ଦିରରେ ଶାରଦୀୟ ନବରାତ୍ର ପୂଜା ଚାଲିଛି। ଏହି କ୍ରମରେ ବୁଧବାର ମା’ ସମଲେଶ୍ବରୀ କାଳରାତ୍ରୀ ବେଶରେ...

ବୈଠକର ଘଣ୍ଟାଏ ପରେ ମନେପଡ଼ିଲା: ୟୁଟ୍ୟୁବ ଶର୍ଚ୍ଚ କରି ବନ୍ଦେ ଉତ୍କଳ ଜନନୀ ଗାଇଲେ ମନ୍ତ୍ରୀ, ବିଧାୟକ, ବ୍ଲକ ଅଧ୍ୟକ୍ଷ

ଛତ୍ରପୁର,୯।୧୦ (ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜ଼ିଲାପରିଷଦ ବୈଠକରେ ଘୋର ବ୍ୟତିକ୍ରମ ଦେଖିବାକୁ ମିଳିଛି । ପ୍ରତି ବୈଠକର ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ଗୀତ...

୧୪୭ତମ ଗୋପବନ୍ଧୁ ଜୟନ୍ତୀ ପାଳିତ: ସତ୍ୟବାଦୀରୁ ସୁଆଣ୍ଡୋ ଚଳଚଞ୍ଚଳ

ସାକ୍ଷୀଗୋପାଳ,୯।୧୦(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଓଡ଼ିଆ ଜାତିର ମଉଡମଣି ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ପୂଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୭ତମ ଜୟନ୍ତୀ...

ବିଦ୍ୟୁତ କଟିଲେ କାର୍ଯ୍ୟାଳୟରେ କାମ ଠପ୍‌: ବଢୁଛି ଅସନ୍ତୋଷ

ଭୁବନ, ୯।୧୦( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଉପଡାକଘର ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଭୁବନ ଏସିଆ ମହାଦେଶର ବଡ...

ବଢୁଛି ଦାଦନ ସମସ୍ୟା: ଦାଦନ ଖଟିବାକୁ ଯାଇ ମହିଳାଙ୍କ ଚାଲିଗଲା ଜୀବନ

ଦାରିଙ୍ଗବାଡି,୯।୧୦(ଅରୁଣ ସାହୁ): ଦାଦନ ଖଟିବାକୁ ଯାଇ ମହିଳାଙ୍କ କେରଳରେ ମୃତ୍ୟୁ ଘଟଣା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ମୃତକ ହେଲେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri