Categories: ଜାତୀୟ

୭୦ ପ୍ରତିଶତ ସରକାରୀ ମାମଲା ଭିତ୍ତିହୀନ, କୋର୍ଟର କାର୍ଯ୍ୟ ଭାର ବଢାଉଛି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୩।୮: କୋର୍ଟକୁ ଆସୁଥିବା ବହୁ ସଂଖ୍ୟକ ସରକାରୀ ମାମଲା ଭିତ୍ତିହୀନ। ଏଭଳି ମାମଲା ଯୋଗୁ କୋର୍ଟର କାର୍ଯ୍ୟ ଭାର ବଢୁଥିବା ସୁପ୍ରିମକୋର୍ଡ କହିଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ୱାରା ଦାଖଲ ହୋଇଥିବା ବିବିଧ ଆବେଦନ ଶୁଣାଣି ବେଳେ ଜଷ୍ଟିସ ପିଏସ ନରସିଂହ, ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ଏବଂ ଜଷ୍ଟିସ ବି.ଆର ଗାଭାଇଙ୍କ ବେଞ୍ଚ ଏହା କହିଛନ୍ତି।
କେନ୍ଦ୍ର ସରକାରଙ୍କ ଦ୍ୱାରା ଦାଖଲ ହୋଇଥିବା ବିବିଧ ଆବେଦନ ଶୁଣାଣି ବେଳେ କୋର୍ଟ କହିଛନ୍ତି, ଯେଉଁ ମାମଲାରେ ବିଭିନ୍ନ ଆବେଦନ କରାଯାଇଥିଲା ତାହା କୋର୍ଟ ଦ୍ୱାରା ଖାରଜ ହୋଇସାରିଛି। ଏହି ମାମଲାର ଶୁଣାଣି ହେବା ପରେ ଜଷ୍ଟିସ ଗାଭାଇ ସୂଚାଇ ଦେଇଛନ୍ତି ଯେ କେନ୍ଦ୍ର ସରକାରଙ୍କ ଉପରେ ଜୋରିମାନା ଆଦାୟ କରିବାକୁ ଇଚ୍ଛୁକ କାରଣ କୋର୍ଟଙ୍କ ଦୃଷ୍ଟିରେ କେନ୍ଦ୍ର ଏକ ବିବିଧ ଆବେଦନ ନାମରେ ଏକ ସମୀକ୍ଷା ଆବେଦନ କରିଛି। ଯଦି କେନ୍ଦ୍ର ଏବଂ ରାଜ୍ୟ ସରକାର ଚାହୁଁଛନ୍ତି ତେବେ ସେମାନେ ଏହାର ସମାଧାନ ଖୋଜି ପାରିବେ। ୭୦ ପ୍ରତିଶତ ସରକାରୀ ମାମଲା ଭିତ୍ତିହୀନ ବୋଲି ସେ କହିଛନ୍ତି।

Share