୩ ଦଶନ୍ଧିରେ ହଜିଲାଣି ୭୦ ପ୍ରତିଶତ ହସ୍ତତନ୍ତ ଶିଳ୍ପ

କେନ୍ଦ୍ରାପଡ଼ା, ୩୦ା୪(ଜଗନ୍ନାଥ ଧଳ):ଅତ୍ୟାଧୁନିକ ମେଶିନ ଓ ଉନ୍ନତ ସୂତା ପାଇଁ କେନ୍ଦ୍ରାପଡ଼ା ଜିଲାର ପୁରାତନ ହସ୍ତତନ୍ତ ଶିଳ୍ପ ଡୁବିଯାଇଛି। ୩ ଦଶନ୍ଧି ମଧ୍ୟରେ ପ୍ରାୟ ୭୦ ପ୍ରତିଶତ କାରିଗର ହସ୍ତତନ୍ତ ମାଧ୍ୟମରେ ଉତ୍ପାଦନ କରିବା ଛାଡ଼ିଦେଇଛନ୍ତି। କେନ୍ଦ୍ରାପଡ଼ା ଧୋତି, ଗାମୁଛା ଓ ଲୁଗାର ସାମଗ୍ରିକ ମୂଲ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ଆଲୋଚନା ହେଉଥିଲେ ମଧ୍ୟ କାରିଗର ଏହି ବୃତ୍ତି ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ସେହିପରି ତନ୍ତ ବ୍ୟବସାୟ ସେବା ସମିତି ଏବେ ଇତିହାସ ହେବାକୁ ବସିଛି। ଠାକୁରହାଟ ଗ୍ରାମର କାରିଗର କିଶୋର କହିଛନ୍ତି ଯେ, କୁଶିଆପାଳ, ଡିହସାହି, ହରିପୁର, କୋରୁଆ, କୁତରଙ୍ଗ, କେଉଟଗଡ଼ା ଆଦି ଗ୍ରାମରେ ଜିଲାର ୧୦ ହଜାରରୁ ଅଧିକ କାରିଗର ତନ୍ତ ଉପରେ ନିର୍ଭରକରି ଚଳୁଥିଲେ। କସ୍ତା, ଗାମୁଛା, ଧୋତି, ଚାଦର ଆଦିର ଚାହିଦା ଦେଶ ବିଦେଶରେ ଥିଲା। ସ୍ବାଧୀନତା ସଂଗ୍ରାମ କାଳରେ ସ୍ଥାନୀୟ ସଂଗ୍ରାମୀଙ୍କ ଉଦ୍ୟମରେ କୁଶିଆପାଳ ଗ୍ରାମର ଏକ ଶିକ୍ଷାନୁଷ୍ଠାନରେ କୌଳିକ ବୃତ୍ତିକୁ ସାମିଲ କରି ଏଠାରେ ମୌଳିକ ବିଦ୍ୟାଳୟ ସ୍ଥାପନ କରାଯାଇଥିଲା। ସାମ୍ପ୍ରତିକ ସମୟରେ ହସ୍ତତନ୍ତ ସାମଗ୍ରୀର ଚାହିଦା ସତ୍ତ୍ୱେ ସରକାରୀ ପ୍ରୋତ୍ସାହନ ଅଭାବରୁ ଏହି କୁଟିରଶିଳ୍ପ ବନ୍ଦ ହୋଇଥିବା ପ୍ରକାଶ କରିଛନ୍ତି। କୋରୁଆ ଗ୍ରାମର ନାରାୟଣ ଭଦ୍ର କହିଛନ୍ତି, ଏହି ସାମଗ୍ରୀର ଚାହିଦା ରାଜ୍ୟ ସମେତ ଦେଶ ବିଦେଶରେ ଅଛି। କୃଷି ପରେ ଅର୍ଥନୈତିକ ଅଭିବୃଦ୍ଧି ପାଇଁ କେନ୍ଦ୍ରାପଡ଼ା ଜିଲାର ପ୍ରାୟ ୩ ହଜାର କାରିଗର ଏବେ ବି ହସ୍ତତନ୍ତ ସାମଗ୍ରୀ ନିର୍ମାଣରେ ପ୍ରତ୍ୟହ ବ୍ୟସ୍ତ ଥା’ନ୍ତି। ମାତ୍ର ଏଥିରୁ ହେଉଥିବା ଆୟ ପରିବାର ଭରଣପୋଷଣଯୋଗ୍ୟ ହୋଇ ରହିନାହିଁ। ଯୁବବର୍ଗ ଏବେ କର୍ମନିଯୁକ୍ତି ପାଇଁ ତନ୍ତ ଛାଡ଼ି ବିଦେଶକୁ ଯାଉଛନ୍ତି। କୁଶିଆପାଳ ହସ୍ତତନ୍ତ ସମବାୟ ସମିତି ସଭାପତି ହରେକୃଷ୍ଣ ଦାସ କହିଛନ୍ତି, ବୈଷୟିକ ଜ୍ଞାନକୌଶଳରେ ନିର୍ମିତ ଲୁଗା ବହୁ ବିକ୍ରି ହେଉଥିବା ବେଳେ ହସ୍ତତନ୍ତରେ ନିର୍ମିତ ଶାଢ଼ିର ଚାହିଦା ଆଗପରି ଅଛି। ବିଶେଷକରି ବିବାହ, ବ୍ରତ, ପୂଜା ପାର୍ବଣରେ ହସ୍ତତନ୍ତ ସାମଗ୍ରୀର ବିକ୍ରି ଅଧିକ ହୋଇଥାଏ। ଏଥିପାଇଁ ଜିଲାର ବିଭିନ୍ନ ସ୍ଥାନରୁ ବରାଦ କରି ତନ୍ତ ସାମଗ୍ରୀ କ୍ରୟ କରାଯାଉଛି। କୋରୁଆ ଗ୍ରାମର ଅଜୟ କୁମାର ବେହେରା କହିଛନ୍ତି, କାରିଗର ଆବଶ୍ୟକ କଞ୍ଚାମାଲ ପାଇପାରୁନାହାନ୍ତି। ସେହିପରି କେତେକ ରାସାୟନିକ ଦ୍ରବ୍ୟର କଟକଣା ପାଇଁ ଉନ୍ନତମାନର ସାମଗ୍ରୀ ନିର୍ମାଣରେ ବାଧା ସୃଷ୍ଟି ହୋଇଛି। ସାମଗ୍ରୀ ଉତ୍ପାଦନରେ ବ୍ୟୟ ହେଉଥିବା ଅର୍ଥ ବିକ୍ରି ପରେ ଆଶାନୁରୂପକ ଲାଭ ହେଉନାହିଁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୟୂରଭଞ୍ଜର ଝେଲ ଶାଢ଼ି ଅଥବା ମମ୍ବଲପୁରୀ ଶାଢ଼ି ପିନ୍ଧିବା ଦ୍ୱାରା ସେହି ବସ୍ତ୍ରର ପ୍ରଚାର ପ୍ରସାର ହୋଇପାରୁଛି। ତେବେ କେନ୍ଦ୍ରାପଡ଼ା ହସ୍ତତନ୍ତର ପ୍ରଚାର ପ୍ରସାର ପାଇଁ ଜିଲା ପ୍ରଶାସନ, ରାଜ୍ୟ ସରକାରଙ୍କର କୌଣସି ଉଦ୍ୟମ ନାହିଁ। ଏହାର ଚାହିଦା କମୁଥିବାରୁ ଏହି ପୁରାତନ କୁଟିରଶିଳ୍ପ ନଷ୍ଟ ହେବାକୁ ବସିଛି ବୋଲି ସେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ରାଜ୍ୟ ସରକାର ହସ୍ତତନ୍ତକୁ ଗୁରୁତ୍ୱ ଦେଇଛନ୍ତି। ଖଦି ବୋର୍ଡ ଓ ବୟନିକା ମଧ୍ୟମରେ ଏହାର ପ୍ରଚାର ପ୍ରସାର କରାଯାଉଛି। ରାଜ୍ୟ ସରକାରଙ୍କ ପକ୍ଷରୁ ନିକଟରେ ବୟନିକାକୁ ୧୫ କୋଟି ଟଙ୍କା ମଞ୍ଜୁର କରାଯାଇଛି ା ଏହି ଅର୍ଥରେ କାରିଗରଙ୍କଠାରୁ ହସ୍ତତନ୍ତ ସାମଗ୍ରୀ କିଣାଯାଉଛି। ଏହାଦ୍ୱାରା ଜିଲାର କାରିଗରମାନେ ଉପକୃତ ହୋଇପାରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଡ଼ା ଘରେ ଚାଲିଥିଲା ସେକ୍ସ ର଼୍ୟାକେଟ୍‌: ମାଡ଼ବସିଲା ପୋଲିସ

ରାଉରକେଲା,୨।୪(ଦିନେଶ ମିଶ୍ର):ରାଉରକେଲା ଝିରପାଣି ଥାନା ଅନ୍ତର୍ଗତ ଜଗଦା ଅଞ୍ଚଳରେ ଥିବା ଏକ ଭଡ଼ାଘରେ ଚାଲିଥିବା ସେକ୍ସ ର଼୍ୟାକେଟ୍‌କୁ ପୋଲିସ ମଙ୍ଗଳବାର ଠାବ କରିଛି। ଏହି ଘଟଣାରେ...

କେନାଲକୁ ଖସିଲା କାର୍‌: କଟକ ବିଜେଡି ଉପସଭାପତି ମୃତ

ମାଣିଆବନ୍ଧ,୨।୪ (ଅଖିଳ କୁମାର ସାହୁ):କଟକ ଜିଲା ତିଗିରିଆ ଥାନା ଅନ୍ତର୍ଗତ ଗୋଡ଼ିଝରିଆସ୍ଥିତ ରେଙ୍ଗାଲି ଦକ୍ଷିଣ କେନାଲରେ ସୋମବାର ସନ୍ଧ୍ୟାରେ ଏକ କାର୍‌ କେନାଲ ଭିତରକୁ ଖସିପଡ଼ିଛି।...

ନାରୀ ନିର୍ଯାତନା ବନ୍ଦ ହେଉ: ଗାନ୍ଧୀ ପ୍ରତିମୂର୍ତ୍ତି ତଳେ କଂଗ୍ରେସର ପ୍ରତିବାଦ

ବରଗଡ଼,୨।୪(ପ୍ରେମାନନ୍ଦ ଖମାରୀ):ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଆହ୍ବାନ କ୍ରମେ ମଙ୍ଗଳବାର ଓଡ଼ିଶା ପ୍ରଦେଶ ଗଠନ ଓ ବରଗଡ଼ ଜିଲା ଗଠନ ଦିବସ ଅବସରରେ ଜିଲା କଂଗ୍ରେସ...

ମହାନଦୀରେ ମାଛ ଧରୁଥିବାବେଳେ ଭାସିଗଲେ ୬ ମତ୍ସ୍ୟଜୀବୀ: ୫ ଜଣ ଉଦ୍ଧାର, ଜଣେ ନିଖୋଜ

ମହାକାଳପଡ଼ା,୧ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ରାମନଗର ପଞ୍ଚାୟତ ବନ୍ତନାଶି-ମହାନଦୀ ମୁହାଣ ମାଉଥଠାରେ ମଙ୍ଗଳବାର ଅପରାହ୍ନରେ ୬...

ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପିଲେ ଦୁର୍ବୃତ୍ତ

ବଡ଼ଗାଁ,୧ା୪(ଅଶୋକ ଷଡ଼ଙ୍ଗୀ): ବଡ଼ଗାଁ ଥାନା ଅଞ୍ଚଳରେ ମଙ୍ଗଳବାର ଦୁର୍ବୃତ୍ତମାନେ ଜଣେ ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇଛନ୍ତି। ତୁଡାଲଗା ମଙ୍ଗଳ ମନ୍ଦିରରେ ଚାଲିଥିବା ନବରାତ୍ର...

ଉତ୍କଳ ଦିବସରେ ରକ୍ତଦାନ ଶିବିର

ଦିଗପହଣ୍ଡି,୧।୪ (ଅଶେଷ ନାଥ ମିଶ୍ର): ପବିତ୍ର ଉତ୍କଳ ଦିବସ ଅବସରରେ ମଙ୍ଗଳବାର ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ପଞ୍ଚାୟତ  ଗଣିଆନାଳ ଛକର ମା’ ପିତାମ୍ୱରୀ ବଣିକ ସଂଘ...

ରାମନବମୀ ପାଇଁ ମୁତୟନ ହେବେ ୨୬ ପ୍ଲାଟୁନ୍‌ ଫୋର୍ସ: ସ୍ଥିତି ସମୀକ୍ଷା କଲେ କ୍ରାଇମବ୍ରାଞ୍ଚ ଡିଜି

ଭଦ୍ରକ,୧।୪(ସନାତନ ରାଉତ): ଭଦ୍ରକରେ ରାମନବମୀ ଶାନ୍ତିଶୃଙ୍ଖଳାର ସହ ପାଳନ ପାଇଁ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ମଙ୍ଗଳବାର ଅପରାହ୍ନ ୫ଟାରେ ଏସ୍‌ପିଙ୍କ ଅଫିସ୍‌ରେ ସ୍ଥିତି ସମୀକ୍ଷା...

ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକଉତ୍ସବ

ଦିଗପହଣ୍ଡି,୧।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ ମଙ୍ଗଳବାର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image