ଟିକାର ଉଭୟ ଡୋଜ୍‌ ନେଇଛନ୍ତି ୭୦ ପ୍ରତିଶତ ଭାରତୀୟ…

ନୂଆଦିଲ୍ଲୀ, ୧୬।୧: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ପାଇଁ ଦେଶରେ ଟିକାକରଣ ଅଭିଯାନ ଜାରି ରହିଛି। ଇତିମଧ୍ୟରେ ଗତ ଏକ ବର୍ଷରେ ଦେଶର ୬୯.୮ ପ୍ରତିଶତ ଜନ ସଂଖ୍ୟା ଟିକାର ଉଭୟ ଡୋଜ୍‌ ନେଇ ସାରିଛନ୍ତି। ସେହିପରି ଦେଶର ୯୩ ପ୍ରତିଶତ ବୟସ୍କ ଗୋଟିଏ ଡୋଜ୍‌ ନେଇସାରିଛନ୍ତି। ରବିବାର ସୁଦ୍ଧା ଦେଶରେ ୧୫୬ କୋଟି ୭୬ ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି।

ଗତ ବର୍ଷ ଏପ୍ରିଲ୍‌ ୧ ବେଳକୁ ଦେଶରେ ୧୦ କୋଟି ଲୋକଙ୍କ ଟିକା ପ୍ରଦାନ କରାଯାଇଥିଲା। ସେହିରି ଜୁନ୍‌ ୨୫ ବେଳକୁ ଏହା ୨୫ କୋଟିରେ ପହଞ୍ଚିଥିଲା। ସେହିପରି ଅଗଷ୍ଟ ୬ରେ ୫୦ କୋଟି ଏବଂ ସେପ୍ଟେମ୍ବର ୧୩ରେ ୭୫ କୋଟି ଛୁଇଁଥିଲା।

Share