କ୍ରେଡିଟ୍‌ କାର୍ଡରୁ ୭୦ ହଜାର ଟଙ୍କା ଗାଏବ

ସିମୁଳିଆ,୧୯ା୧୧(ଡି.ଏନ୍‌.ଏ.): ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଅନ୍‌ଲାଇନ୍‌ ଠକେଇ ସମ୍ପର୍କରେ ସଚେତନତା ପ୍ରକାଶ ପାଉଛି। ଏହା ପରେ ମଧ୍ୟ ଲୁଟେରାଙ୍କ କବଳରୁ ନିସ୍ତାର ମିଳୁନାହିଁ। କ୍ରେଡିଟ୍‌ କାର୍ଡରୁ ୭୦ ହଜାର ଟଙ୍କା ଗାଏବ ପରି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ବରି ଅଞ୍ଚଳର ନିଶିକାନ୍ତ ଶିଅଳ(୫୭)ଙ୍କ କ୍ଷେତ୍ରରେ। ନିଶିକାନ୍ତ ବିଏସ୍‌ଏନ୍‌ଏଲରେ ଅଫିସର ଥାଇ ଇଚ୍ଛାକୃତ ଅବସର ନେଇଛନ୍ତି। ତେବେ ତାଙ୍କୁ ଷ୍ଟେଟ୍‌ବ୍ୟାଙ୍କ ପକ୍ଷରୁ ଏକ କ୍ରେଡିଟ୍‌ କାର୍ଡ ଗତ ଦେଢ଼ ମାସ ପୂର୍ବରୁ ପ୍ରଦାନ କରାଯାଇଥିଲା। ତେବେ ସେ ଏହାକୁ ବ୍ୟବହାର କରି ନ ଥିଲେ ହେଁ ଏଥିରୁ ୭୦ ହଜାର ଟଙ୍କା କଟି ଯାଇଛି। ଏ ସମ୍ପର୍କରେ ସେ ସ୍ଥାନୀୟ ପୋଲିସ, ଏସ୍‌ପି, ସାଇବର କ୍ରାଇମ, ଷ୍ଟେଟ୍‌ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ପ୍ରଶାସନ ଏ ସମ୍ପର୍କରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ଉପଭୋକ୍ତାମାନେ ବାରମ୍ବାର ଠକାମୀର ଶିକାର ହେଉଛନ୍ତି।

Share