ଲକ୍ଷ୍ନୌ,୪।୨: ଲକ୍ଷ୍ନୌର ଟ୍ରିପଲ ମର୍ଡର ମାମଲାର ଅଭିଯୁକ୍ତ ଥିବା ଲଲ୍ଲନ ଖାଁ ଏବଂ ତାଙ୍କ ପୁଅ ଫରାଜ ଖାଁଙ୍କୁ ଗିରଫ କରାଯାଇଛି। ଶୁକ୍ରବାର ମଲିହାବାଦ ପୋଲିସ ଷ୍ଟେଶନ ଅଞ୍ଚଳର ରହମତନଗର ଗ୍ରାମରେ ଜମି ବଣ୍ଟନ ନେଇ ବିବାଦ ଲାଗି ରହିଥିଲା। ଏଥିରେ ଅଭିଯୁକ୍ତ ସ୍ବାମୀ, ସ୍ତ୍ରୀ ଏବଂ ପୁଅକୁ ଗୁଳି ଚଳାଇ ହତ୍ୟା କରିଥିଲେ।
ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ଜମି ବିବାଦରେ ମୁନିର, ଫରହିନ ଏବଂ ତାଙ୍କ ପୁଅ ହଂଜଲାଙ୍କୁ ହତ୍ୟା କରାଯାଇଥିଲା। ଏଥିରେ ମୃତ ଫରହିନଙ୍କ ମାମୁଁ ଲଲ୍ଲନ, ତାଙ୍କ ପୁଅ ଫରାଜ ଏବଂ ଅନ୍ୟମାନେ ହତ୍ୟା ଅଭିଯୋଗ କରିଛନ୍ତି। ସେମାନଙ୍କ ମଧ୍ୟରେ ବିବାଦୀୟ ଜମିକୁ ନେଇ ଏସଡିଏମ କୋର୍ଟରେ ଏକ ମାମଲା ଚାଲିଥିଲା।
ପୋଲିସ କହିଛି ଯେ ଶୁକ୍ରବାର ପରିବାରର କେତେଜଣ ସଦସ୍ୟ କ ଗାଡିରେ ପହଞ୍ଚି ଜମି ସମସ୍ୟାକୁ ନେଇ ଯୁକ୍ତିତର୍କ କରିଥିଲେ।
ଏହି ବିବାଦ ଏତେ ବଢି ଯାଇଥିଲା ଯେ ଗୋଟିଏ ଦଳ ଗୁଳି ଚଳାଇବା ଆରମ୍ଭ କରି ଦେଇଥିଲା। ଏହି ଗୁଳିରେ ଜଣେ ମହିଳାଙ୍କ ସମେତ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ତୃତୀୟ ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା। ସେବେଠାରୁ ଅଭିଯୁକ୍ତ ବାପା ଓ ପୁଅ ଫେରାର ଥିଲେ। ମୃତକଙ୍କ ଘର ବାହାରେ ଥିବା ସିସିଟିଭି କ୍ୟାମେରାରେ ଏହି ଗୁଳି ବିନିମୟ ଦୃଶ୍ୟ କଏଦ ହୋଇଥିଲା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି ହତ୍ୟାକାଣ୍ଡ ତିନିଟି ବଡ ଜମି ଉପରେ କରାଯାଇଥିଲା।