Categories: ଫୁରସତ

୭୦ ବର୍ଷ ଏକାଠି ବାଟ ଚାଲିବା ପରେ ପରପାରିକୁ ବି ଚାଲିଗଲେ ସାଥୀ ହୋଇ

୭୦ ବର୍ଷ ପର୍ଯ୍ୟନ୍ତ ସାଥୀ ହୋଇ ବାଟ ଚାଲିବା ପରେ ଏକାସାଥୀରେ ମଧ୍ୟ ପରପାରିକୁ ଚାଲିଗଲେ ବୃଦ୍ଧ ଦମ୍ପତି। ଏପରି ଏକ ନିରାଟ ସତ ଘଟଣା ଦେଖିବାକୁ ମିଳିଛି ବ୍ରିଟେନରେ। ପାର୍ଟିଗାନ୍‌ରେ ରହୁଥିବା ସ୍ବାମୀ ମାର୍ଗେଟ ଫର୍ଥ ଏବଂ ଡେରେକ ନାମକ ଏହି ବୃଦ୍ଧ ଦମ୍ପତି କରୋନା ଯୋଗୁ ଡାକ୍ତରଖାନାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଏହି ଦମ୍ପତିଙ୍କ ବୟସ ୯୧ ବର୍ଷ। ଗତ ସପ୍ତାହରେ ଟ୍ରାଫୋର୍ଡ ଜେନେରାଲ ହସ୍ପିଟାଲରେ ଏହି ଦୁହିଁଙ୍କ ମୃତ୍ୟୁ ଘଟିଛି।

ପାର୍ଟିଗାନରେ ରହୁଥିବା ଏହି ବୃଦ୍ଧ ଦମ୍ପତିଙ୍କ ପ୍ରେମ ମଧ୍ୟ ପିଲାଦିନର ଥିଲା ୧୪ ବର୍ଷ ବୟସରେ ଦୁହେଁ ପ୍ରେମରେ ପଡ଼ି ପରସ୍ପରକୁ ବିବାହ କରିଥିଲେ। ଏହି ଦମ୍ପତିଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ ଦେଖି ହସ୍ପିଟାଲର କର୍ମଚାରୀମାନେ ଏହି ଦୁଇ ଦମ୍ପତିଙ୍କୁ ଏକତ୍ର କରିଥିଲେ। ଯାହା ଦ୍ୱାରା ସେମାନେ ମୃତ୍ୟୁ ପୂର୍ବରୁ ଶେଷ ଥର ପାଇଁ ପରସ୍ପରକୁ ଦେଖିପାରିବେ। ସେମାନଙ୍କ ମଧ୍ୟରେ ଥିବା ଅପାର ପ୍ରେମ ଦେଖି ଲୋକମାନେ ସୋସିଆଲ ମିଡିଆ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।

ଡେରେକ୍‌ ଏବଂ ମାର୍ଗେଟଙ୍କ ବଡ଼ ଝିଅ ବାରବରା ସ୍ମିଥ୍‌ କହିଛନ୍ତି ଯେ, ପିତା ପ୍ରଥମେ ଅସୁସ୍ଥ ଥିଲେ, ପରେ ମା ଅସୁସ୍ଥ ହୋଇପଡ଼ିଲେ। ଡାକ୍ତରମାନେ ଭାବିଥିଲେ ଯେ ମୋ’ ପିତା ମା’ଙ୍କ ବିନା ଅଧିକ ଦିନ ବଞ୍ଚି ପାରିବେ ନାହିଁ। ଏଭଳି ପରିସ୍ଥିତିରେ ସେ ମା’ଙ୍କୁ ମଧ୍ୟ ସମାନ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ପିତା ଶେଷ ନିଃଶ୍ୱାସ ନେବା ପରେ ୩ ଦିନ ପରେ ମା’ ଚାଲିଗଲେ। ମୃତ ବୃଦ୍ଧ ଦମ୍ପତିଙ୍କର ପାଞ୍ଚଟି ସନ୍ତାନ, ୧୧ ନାତି ଏବଂ ୪ ନାତୁଣୀ ଅଛନ୍ତି। ଅନ୍ତିମ ସଂସ୍କାରର ତାରିଖ ପରିବାର ଏପର୍ଯ୍ୟନ୍ତ ସ୍ଥିର କରିନାହାନ୍ତି, କିନ୍ତୁ ଦୁଇଜଣଙ୍କୁ ଗୋଟିଏ ଜୁଇରେ ଦିଆଯିବ ବୋଲି ପରିବାର ପକ୍ଷରୁ କୁହାଯାଇଛି।

Share