୪୦ ଦେଶରୁ ଆସିଛି ୭୦୦ ଫିଲ୍ମ

ଭୁବନେଶ୍ୱର,୮।୧୨(ବ୍ୟୁରୋ): ଓଡ଼ିଶାର ନିଜସ୍ବ ଓଟିଟି ପ୍ଲାଟ୍‌ଫର୍ମ ଆଓ ଟିଭି ପକ୍ଷରୁ ‘ଆଓ କ୍ରିଏଟିଭ୍‌ କଲେକ୍ଟିଭ୍‌ ଶର୍ଟ ଫିଲ୍ମ ଫେଷ୍ଟିଭାଲ ୨୦୨୦ ଆସନ୍ତା ଜାନୁୟାରୀରୁ ଆରମ୍ଭ ହେବ। ଦେଶ ବିଦେଶର ଶ୍ରେଷ୍ଠ ଓ ମନଛୁଆଁ ଫିଲ୍ମକୁ ନେଇ ଏହି ଅନ୍‌ଲାଇନ୍‌ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ ଆୟୋଜିତ ହେବ। ପ୍ରତିଯୋଗିତା ବର୍ଗର ଫିଲ୍ମ ଷ୍ଟ୍ରିମିଂ ଦୀର୍ଘ ଏକମାସ ପର୍ଯ୍ୟନ୍ତ ଚାଲିବ। ପରେ ଆଓ ଟିଭି ଆପ୍‌ରେ ୨୦୨୧ ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ଫିଲ୍ମ ଫେଷ୍ଟିଭାଲ ଚାଲିବ। ଖୁବ୍‌ଶୀଘ୍ର ମହୋତ୍ସବର ଉଦ୍‌ଘାଟନୀ ତାରିଖ ଘୋଷଣା କରାଯିବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଫିଲ୍ମ ଫେଷ୍ଟିଭାଲ ପାଇଁ ଗତ ସେପ୍ଟେମ୍ବର ୧୪ରୁ ଫିଲ୍ମ ଆବେଦନ ଆରମ୍ଭ ହୋଇ ନଭେମ୍ବର ୩୦ରେ ଶେଷ ହୋଇଥିଲା। ବିଶ୍ବବ୍ୟାପୀ ୪୦ଟି ଦେଶର ଫିଲ୍ମ ନିର୍ମାତାଙ୍କଠାରୁ ୫୦ଟି ଭାଷାର ୭୦୦ ଚଳଚ୍ଚିତ୍ର ଆସିଥିଲା। ଶ୍ରେଷ୍ଠ ବିବେଚିତ ଫିଲ୍ମକୁ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଓ ୨ ଜଣ ରନର୍ସଅପ୍‌ଙ୍କୁ ୫୦ ହଜାର ଟଙ୍କା ଲେଖାଏ ପୁରସ୍କାର ରାଶି ପ୍ରଦାନ କରାଯିବ।

Share