Posted inଫୁରସତ

ପରିବାରରେ ୭୦୦ ସଦସ୍ୟ

କାମ୍ପାଲା : ପୁରାତନ କାଳରେ ପ୍ରାୟ ସମସ୍ତଙ୍କର ପରିବାର ବଡ଼ ଥିଲା ଏବଂ ପରିବାରରେ ସମସ୍ତେ ମିଳିମିଶି ରହୁଥିଲେ। ସେତେବେଳେ ଘରର ବିଭିନ୍ନ କାର୍ଯ୍ୟକୁ ପରିବାର ସମସ୍ତ ସଦସ୍ୟ ମିଳିମିଶି କରୁଥିଲେ। ତେବେ ପରେ ଆର୍ଥିକ ବୋଝ କମାଇବା ଉଦ୍ଦେଶ୍ୟରେ ଧୀରେ ଧୀରେ ପରିବାରଗୁଡିକ ଛୋଟ ହେବା ଆରମ୍ଭ ହେଲା। ଲୋକମାନେ କମ୍‌ ସନ୍ତାନ ଜନ୍ମ କରିବା ଆରମ୍ଭ କଲେ, ଯାହାଦ୍ୱାରା ସେମାନଙ୍କ ଖର୍ଚ୍ଚ ହ୍ରାସ ପାଇଥିଲା। ସମ୍ପ୍ରତି ଅଧିକାଂଶ ଲୋକ କେବଳ ଗୋଟିଏ କିମ୍ବା ଅତିବେଶିରେ ୨ଟି ସନ୍ତାନ ହିଁ ଜନ୍ମ କରିବାକୁ ପସନ୍ଦ କରୁଛନ୍ତି। ଏପରି କରିବା ଦ୍ୱାରା ଅଭିଭାବକ ସେମାନଙ୍କ ପିଲାଙ୍କର ଉତ୍କୃଷ୍ଟ ଲାଳନପାଳନ ସହ ସୁଲଭ ମୂଲ୍ୟରେ ପର୍ଯ୍ୟାପ୍ତ ଶିକ୍ଷା ଯୋଗାଇବାକୁ ସକ୍ଷମ ହୋଇଥାନ୍ତି। ତେବେ ଆଫ୍ରିକୀୟ ଦେଶ ଉଗାଣ୍ଡାରେ ଏପରି ଏକ ପରିବାର ଅଛି, ଯେଉଁଥିରେ ପ୍ରାୟ ୭୦୦ ଲୋକ ବସବାସ କରନ୍ତି ।
ଭାରତୀୟ ଟ୍ରାଭେଲ ବ୍ଲଗର୍‌ ହର୍ଷ ରାୟ ସମ୍ପ୍ରତି ଉଗାଣ୍ଡାରେ ପହଞ୍ଚିଥିଲେ। ସେଠାରେ ସେ ମୁସା ହାସିୟା କାସେରା(୬୭)ଙ୍କୁ ଭେଟିଥିଲେ। ମୁସାଙ୍କ ପରିବାରରେ ୭୦୦ରୁ ଅଧିକ ସଦସ୍ୟ ରହିଛନ୍ତି। ତାଙ୍କର ୧୨ ଜଣ ସ୍ତ୍ରୀ, ୧୦୨ ପିଲା ଓ ୫୭୮ ଜଣ ନାତିନାତୁଣୀ ରହିଛନ୍ତି। ହର୍ଷଙ୍କ ଅନୁଯାୟୀ, ମୁସାଙ୍କ ପରିବାର ହେଉଛି ବିଶ୍ବର ସବୁଠାରୁ ବଡ଼ ପରିବାର। ତେବେ ଏହି ବ୍ଲଗରେ ହର୍ଷ ମୁସାଙ୍କ ବାସସ୍ଥାନ ନିକଟକୁ ଯାଇ ତାଙ୍କ ସହ ଆଲୋଚନା କରିଛନ୍ତି। ଉକ୍ତ ସ୍ଥାନରେ କେବଳ ମୁସାଙ୍କର ୩୦ରୁ ଅଧିକ ଘର ଥିବା ହର୍ଷ କହିଛନ୍ତି। ଏହି ସବୁ ଘରେ ମୁସାଙ୍କ ପୁଅ, ବୋହୂ, ନାତି ନାତୁଣୀମାନେ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡିରେ ପାରଦ ଉପରମୁହାଁ: ଗରମ, ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ

ଭବାନୀପାଟଣା,୨୪ା୪(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲାରେ ପାରଦ ଏବେ ଉପରମୁହାଁ। ଝାଞ୍ଜି ପବନ ସାଙ୍ଗକୁ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ । ସହରର ତାପମାତ୍ରା ଏବେ ୪୫...

ନ୍ୟାସନାଲ ହେରାଲ୍ଡ ମାମଲା, ED ସ୍କାନରରେ ଗାନ୍ଧୀ ପରିବାର

ନୂଆଦିଲ୍ଲୀ,୨୪।୪: ସ୍ବାଧୀନତା ପରବର୍ତ୍ତୀ ରାଜନୈତିକ ମାନଚିତ୍ରରେ ଦୀର୍ଘ ଦିନ ଧରି ହଜି ଯାଇଥିବା ନ୍ୟାସନାଲ ହେରାଲ୍ଡ ମାମଲା ପୁଣିଥରେ ଜାତୀୟ ସ୍ତରରେ ଚର୍ଚ୍ଚାକୁ ଆସିଛି –...

ଭାଇଙ୍କୁ ମରଣାନ୍ତ୍ରକ ଆକ୍ରମଣ କରି ହତ୍ୟା ଉଦ୍ୟମ: ସାନ ଭାଇଙ୍କୁ ୫ ବର୍ଷ ଜେଲଦଣ୍ଡ

କେନ୍ଦୁଝର,୨୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସିଜେଏମ ତଥା ସେସନ ଜଜ୍‌ ହିମାଂଶୁ ଶେଖର ବିଶ୍ୱାଳ ଏକ ମରଣାନ୍ତ୍ରକ ଆକ୍ରମଣ ମାମଲାର ବିଚାର କରିଛନ୍ତି। ଅଭିଯୁକ୍ତ ଅମ୍ବିକା...

୫୦ ହଜାର ଟଙ୍କା ଯୌତୁକ ଦାବିରେ ନିର୍ଯ୍ୟାତନା ସହ ହତ୍ୟା ଉଦ୍ୟମ ଅଭିଯୋଗ

ହିଞ୍ଜିଳିକାଟୁ, ୨୪।୪(ଦ୍ବିତୀକୃଷ୍ଣ ପଣ୍ଡା): ବିବାହର ୬ ମାସ ପରଠାରୁ ଅଧିକ ୫୦ ହଜାର ଟଙ୍କା ଯୌତୁକ ଦାବି କରି ଶ୍ୱଶୁର ଘର ଲୋକେ ବୋହୂଙ୍କୁ ଶାରୀରିକ...

ମାଡ୍ରିଡ୍‌ ଓପନରୁ ଓହରିଲେ ଅଲ୍‌କାରାଜ

ମାଡ୍ରିଡ୍‌,୨୪ା୪: ଇଞ୍ଜୁରୀ ଯୋଗୁ ଦର୍ଶକଙ୍କ ଫେଭରାଇଟ୍‌ କାର୍ଲୋସ ଅଲ୍‌କାରାଜ ମାଡ୍ରିଡ୍‌ ଓପନ ଟେନିସ ଟୁର୍ନାମେଣ୍ଟରୁ ଓହରି ଯାଇଛନ୍ତି। ଗତ ରବିବାର ବାର୍ସିଲୋନା ଓପନ ଫାଇନାଲ ବେଳେ...

MEAର ଚେତାବନୀ: ଭିଜା ଅବଧି ଶେଷ ହେବା ପୂର୍ବରୁ ଭାରତ ଛାଡନ୍ତୁ ପାକିସ୍ତାନୀ, ୨୯ ପରେ ମେଡିକାଲ ଭିଜା ବି…

ନୂଆଦିଲ୍ଲୀ,୨୪।୪: ଭାରତ ସରକାର ପାକିସ୍ତାନୀ ନାଗରିକଙ୍କ ପାଇଁ ଭିଜା ସେବା ତୁରନ୍ତ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ବୈଦେଶିକ ମନ୍ତ୍ରଣାଳୟ (MEA) କହିଛି ଯେ ପାକିସ୍ତାନୀ...

ପାକିସ୍ତାନ ପୁଣି କଲାଣି ପ୍ରମାଣ ଖୋଜିବାର ଡ୍ରାମା! ମନ୍ତ୍ରୀ ଇସାକ ଡାର କହିଲେ,‘ପହଲଗାମ ଆତଙ୍କବାଦୀ ଆକ୍ରମଣ ପଛରେ PAK ଅଛି ବୋଲି…’

ଇସଲାମାବାଦ,୨୪।୪: ଜମ୍ମୁ-କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ଭାରତର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନକୁ ପାକିସ୍ତାନ ଚ୍ୟାଲେଞ୍ଜ କରିଛି। ସେ କହିଛନ୍ତି ଯେ ଯଦି ଭାରତ ପାଖରେ ଆକ୍ରମଣର...

ପଞ୍ଚାୟତିରାଜ ଦିବସ ପାଳିତ: ୩୯ ହିତାଧିକାରୀ ପାଇଲେ ରାଶନ କାର୍ଡ

ଦିଗପହଣ୍ଡି,୨୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ପରିସରରେ ବିଡ଼ିଓ ଅନାମିକା ପାଣ୍ଡେଙ୍କ ଅଧ୍ୟକ୍ଷତାରେ ଗୁରୁବାର ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image