୭୦୦ ବର୍ଷ ପୁରୁଣା ଗଜସିଂହ ମଣ୍ଡପ ଚିହ୍ନଟ

ଭୁବନେଶ୍ୱର,୨୦।୪(ବ୍ୟୁରୋ): ଖୋର୍ଦ୍ଧା ଜିଲା ଜଙ୍କିଆ ତହସିଲ ଅନ୍ତର୍ଗତ ଭୋଗପୁର ଗ୍ରାମରୁ ଏକ ପ୍ରାଚୀନ ପ୍ରସ୍ତର ମଣ୍ଡପର ସନ୍ଧାନ ମିଳିଛି। ଇନ୍‌ଟାକ ଓଡ଼ିଶା ଶାଖା, ହେରିଟେଜ ଆଣ୍ଡ୍‌ କଲଚର କ୍ଲବ ଅଫ୍‌ ଆଇଆଇଟିଟିଏମ୍‌, ଭୁବନେଶ୍ୱର ତଥା ରିଡିସ୍କଭର ଲଷ୍ଟ ହେରିଟେଜ ଗ୍ରୁପର ସଦସ୍ୟମାନଙ୍କ ମିଳିତ ଐତିହ୍ୟ ଅନୁସନ୍ଧାନକାରୀ ଦଳ ଏହି ପୁରାତନ କାରୁକାର୍ଯ୍ୟପୂର୍ଣ୍ଣ ମଣ୍ଡପଟିକୁ ଖୋଜି ବାହାର କରିଛନ୍ତି। ବିଶ୍ୱ ଐତିହ୍ୟ ଦିବସ ତଥା ଜି୨୦ ଜନ ଭାଗୀଦାରି କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି କାର୍ଯ୍ୟକ୍ରମରେ ଆଇଆଇଟିଟିଏମ୍‌ ସଂସ୍ଥାର ୨୦ ଜଣ ଛାତ୍ରୀଛାତ୍ରଙ୍କ ସମେତ ଅନେକ ଐତିହାସିକ, ସଂସ୍କୃତିପ୍ରେମୀ ତଥା ସ୍ଥାନୀୟ ଅଧିବାସୀ ଯୋଗଦେଇଥିଲେ। ‘ପବନଖିଆ ମଣ୍ଡପ’ ବା ‘ଗଜସିଂହ ମଣ୍ଡପ’ ରୂପେ ଏହି ମଣ୍ଡପ ଜଣାଶୁଣା। ଏହି ମଣ୍ଡପରେ ବସି ଗଙ୍ଗବଂଶୀୟ ସମ୍ରାଟ ଲାଙ୍ଗୁଳା ନରସିଂହ ଦେବ ବିଶ୍ରାମ କରିଥିବା ଲୋକକଥା ରହିଛି।
ଏ ସମ୍ପର୍କରେ ରିଡିସ୍କଭର ଲଷ୍ଟ ହେରିଟେଜ ଗ୍ରୁପର ପ୍ରତିଷ୍ଠାତା ସଦସ୍ୟ ତଥା ଐତିହ୍ୟ ଗବେଷକ ଦୀପକ କୁମାର ନାୟକ କହିଛନ୍ତି, ପ୍ରାୟ ୧୫ ଫୁଟ ଉଚ୍ଚତା ଓ ୧୫ ଫୁଟ ଦୈର୍ଘ୍ୟ ବିଶିଷ୍ଟ ଏହି ବର୍ଗାକାର ମଣ୍ଡପଟି ମାଙ୍କଡ଼ା ପଥର ଓ ଖୋଣ୍ଡାଲାଇଟ ପ୍ରସ୍ତର ଦ୍ୱାରା ନିର୍ମିତ। ଏହି ମଣ୍ଡପ ଉପରକୁ ଯିବା ପାଇଁ କୋଣସି ପାହାଚ କିମ୍ବା ରାସ୍ତା ନାହିଁ। ତେଣୁ ସ୍ଥାନୀୟ ଲୋକକଥା ଅନୁଯାୟୀ, ରାଜା ହାତୀପିଠିରେ ବସି ମଣ୍ଡପ ଉପରେ ଓଲ୍ହାଇ ସେଠି ବସୁଥିଲେ। ଏହି ମଣ୍ଡପ ନିକଟରେ ଥିବା ଦକ୍ଷିଣଚଣ୍ଡୀଙ୍କ ମନ୍ଦିରରେ ଏକ ପ୍ରସ୍ତର ଅଭିଲେଖରୁ ନରସିଂହ ଦେବଙ୍କ ନାମ ଉତ୍ତୀର୍ଣ୍ଣ ହୋଇଥିବା ଜଣାଯାଏ। ଗଙ୍ଗବଂଶ ଓ ଭୋଇବଂଶରେ ଏକାଧିକ ନରସିଂହ ଦେବ ନାମଧାରୀ ରାଜା ଶାସନ କରିଥିବାରୁ ଏହି ଅଭିଲେଖ ଉପରେ ଅଧିକ ଗବେଷଣା ଆବଶ୍ୟକ। ତେବେ ମଣ୍ଡପର ସୂକ୍ଷ୍ମ ପ୍ରସ୍ତର କାରୁକାର୍ଯ୍ୟ, ଗଜାକ୍ରାନ୍ତ ସିଂହ, ମୈଥୁନ ମୂର୍ତ୍ତି ତଥା ପୁଷ୍ପଲତାର ଚିତ୍ରଣରୁ ଏହା ପ୍ରାୟ ୬୦୦ରୁ ୭୦୦ ବର୍ଷ ତଳେ ନିର୍ମିତ ହୋଇଥିବା ନାୟକ ଅନୁମାନ କରିଛନ୍ତି।
ସେହିପରି ଇନ୍‌ଟାକ ଓଡ଼ିଶାର ସହ-ଆବାହକ ତଥା ଐତିହାସିକ ଅନିଲ ଧୀରଙ୍କ କହିବା ଅନୁଯାୟୀ, ଏପରି ଏକ ଐତିହ୍ୟ ଓଡ଼ିଶାରେ ବିରଳ। ଜଣେ ରାଜାଙ୍କ ବସିବା ପାଇଁ ଏପରି ମୁକ୍ତାକାଶ ମଣ୍ଡପ ବା ସିଂହାସନ ଓଡ଼ିଶାରେ ଅନ୍ୟ କେଉଁଠି ଆମେ ଦେଖିନାହୁଁ। ତେବେ ଏହି ମଣ୍ଡପଟି ବର୍ତ୍ତମାନ ଅବହେଳିତ ଅବସ୍ଥାରେ ରହିଛି। ମଣ୍ଡପର ବିଭିନ୍ନ ଅଂଶରୁ କାରୁକାର୍ଯ୍ୟପୂର୍ଣ୍ଣ ପଥର ଖସିପଡୁଛି, କିଛି ମୂର୍ତ୍ତି ମଧ୍ୟ ଗାଏବ ହୋଇଗଲାଣି। ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ତୁରନ୍ତ ଏହାକୁ ଐତିହାସିକ ସ୍ଥାନର ମାନ୍ୟତା ଦେବାର ଆବଶ୍ୟକ ରହିଛି। ଆଇଆଇଟିଟିଏମ୍‌ର ସହକାରୀ ପ୍ରଫେସର ଡ.ଆଦ୍ୟାଶା ଦାସ କହିଛନ୍ତି, ଛାତ୍ରୀଛାତ୍ର ଓ ସ୍ଥାନୀୟ ଅଧିବାସୀଙ୍କ ମଧ୍ୟରେ ଇତିହାସ ଓ ଐତିହ୍ୟ ପାଇଁ ସଚେତନତା କରିବା ଆବଶ୍ୟକ। ଭାରତର ପ୍ରତ୍ୟେକ ଗ୍ରାମରେ ଏପରି ଲୁକ୍କାୟିତ ଐତିହ୍ୟ ରହିଛି। ସ୍ଥାନୀୟ ଅଧିବାସୀ ନିଜ ଅଞ୍ଚଳର ଐତିହାସିକ ବିଭବ ପାଇଁ ଗର୍ବିତ ହେବା ସହ ସେସବୁର ସୁରକ୍ଷା ଓ ପ୍ରଚାର ପ୍ରସାର କରିବା ଦିଗରେ ଯତ୍ନବାନ ହେବା ଜରୁରୀ। ପ୍ରାଚୀନ ଗଜସିଂହ ମଣ୍ଡପର ପୁନରୁଦ୍ଧାର ପାଇଁ ପ୍ରଚେଷ୍ଟା ଜାରି ରଖିବୁ ବୋଲି ଦାସ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରିପୋର୍ଟ କାର୍ଡ ଦେବେ ମୋହନ ସରକାର

ଭୁବନେଶ୍ୱର,୨୭।୧୧: ୨୯ ତାରିଖ ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିବେ। ୩ଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା ପ୍ରଧାନମନ୍ତ୍ରୀଙ୍କ ପାଖରେ ରାଜ୍ୟର ମୋହନ ସରକାର ନିଜର...

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ

ବେଗୁନିଆପଡ଼ା ,୨୭।୧୧(ସୁଶାନ୍ତ କୁମାର ପଟ୍ଟନାୟକ): ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଗଞ୍ଜାମ ଜିଲା ବେଗୁନିଆପଡା ସିଡିପିଓ ସାରାଣୀ ପାଣିଗ୍ରାହୀ। ୧୨ ହଜାର ଟଙ୍କା ଲାଞ୍ଚ...

କୋରାପୁଟ ବସ୍‌ଷ୍ଟାଣ୍ଡରେ ଛୁରା ମାଡ଼

କୋରାପୁଟ,୨୭।୧୧(ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଛୁରାମାଡ଼। ବସ ଟାଇମିଂକୁ ନେଇ ବୁଧବାର ଅପରାହ୍ନରେ କୋରାପୁଟ ଘରୋଇ ମାଲିକ ସଂଘ ସଭାପତି ଏସ୍‌. କାସିମଙ୍କୁ କିଛି ଦୁର୍ବୃତ୍ତ...

ଅଗ୍ନିଯୋଦ୍ଧା ନିଯୁକ୍ତି ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୫ ବର୍ଷରେ…

ଭୁବନେଶ୍ୱର,୨୭।୧୧: ଅଗ୍ନିଯୋଦ୍ଧା ନିଯୁକ୍ତି ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା କରି କହିଛନ୍ତି, ଆଜି ୯୪୧ ଅଗ୍ନିଯୋଦ୍ଧାଙ୍କୁ ନିଯୁକ୍ତି ଦେଇ ପ୍ରତିଶ୍ରୁତି ପାଳନ କରିଛୁ।ନିକଟରେ ୧୬ ହଜାର...

ରାଜ୍ୟ ସରକାରଙ୍କ ବଡ଼ ସୂଚନା, ରାସନ କାର୍ଡରୁ କଟିଲେ ପାଖାପାଖି ୨ଲକ୍ଷ ଲୋକ! ଲିଷ୍ଟରେ ଅଛି କି ଆପଣଙ୍କ ନାଁ…

ଭୁବନେଶ୍ୱର,୨୭।୧୧:ରାସନ କାର୍ଡକୁ ନେଇ ରାଜ୍ୟ ସରକାରଙ୍କ ବଡ ଘୋଷଣା । ବାଦ୍‌ ପଡିଲେ ଅଯୋଗ୍ୟ ହିତାଧିକାରୀ । ସମସ୍ତ ଅଯୋଗ୍ୟ ହିତାଧିକାରୀ ଯେଉଁମାନେ ରାସନ ପାଉଥିଲେ...

ଆର୍ଥିକ ସହାୟତା ଅପେକ୍ଷାରେ ସୁସ୍ମିତା, ଆଜି ବି ସ୍ବପ୍ନ ଅଛି ଡାକ୍ତର ହେବେ

ଦାରିଙ୍ଗବାଡି,୨୭।୧୧(ଅରୁଣ ସାହୁ): ଡାକ୍ତରୀ ପାଠ ପଢି ନିଜ ଅଞ୍ଚଳ ରୋଗୀଙ୍କ ସେବା କରିବାକୁ ଇଚ୍ଛା ରଖିଛନ୍ତି କନ୍ଧମାଳ ଜିଲା ଦାରିଙ୍ଗବାଡି ଗୌଡ଼ ସାହିର ଛାତ୍ରୀ ସୁସ୍ମିତା...

ମୋହନ ସରକାରଙ୍କ ବିରୋଧରେ ମୁଁ ଆନ୍ଦୋଳନକୁ ଓହ୍ଲାଇବି, ଗୃହରେ ଏମିତି କାହିଁକି କହିଲେ କେ.ଭି ସିଂଦେଓ

ଭୁବନେଶ୍ୱର,୨୭।୧୧:ବିଧାନସଭାର ଦ୍ୱିତୀୟ ଦିନରେ ଗୃହ ସରଗରମ ରହିଛି। ବୁଧବାର ଗନ୍ଧମାର୍ଦ୍ଦନ ପାହାଡ ଜମିକୁ ନେଇ ହୋହଲ୍ଲା ଦେଖିବାକୁ ମିଳିଛି। ଏହି ପ୍ରସଙ୍ଗକୁ ନେଇ ଭାଜପା ସରକାରଙ୍କୁ...

ଛୁଟି ଆବେଦନକୁ ମୋହନ ସରକାର ମୁହଁ ଫେରାଇବା ପରେ କାର୍ଯ୍ୟରେ ଯୋଗଦେଲେ ଆଇଏଏସ୍‌ ସୁଜାତା କାର୍ତ୍ତିକେୟନ

ଭୁବନେଶ୍ୱର, ୨୭।୧୧: ୨୦୦୦ ବ୍ୟାଚର ବରିଷ୍ଠ ଆଇଏଏସ ଅଧିକାରୀ ସୁଜାତା କାର୍ତ୍ତିକେୟନ ବୁଧବାର କାର୍ଯ୍ୟରେ ଯୋଗଦେଇଛନ୍ତି। ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଭାବେ କାର୍ଯ୍ୟରେ ଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri