Categories: ଜାତୀୟ

ବିପର୍ଯ୍ୟୟରେ ଜନ୍ମନେଲେ ୭୦୭ ଶିଶୁ

ଗାନ୍ଧୀନଗର, ୧୭।୬: ଗୁଜରାଟ କଚ୍ଛ ଜିଲାରେ ଗୁରୁବାର ଅତି ଭୀଷଣ ସାମୁଦ୍ରିକ ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ୭୦୭ ନବଜାତ ଜନ୍ମ ନେଇଛନ୍ତି। ବାତ୍ୟା ବିପର୍ଯ୍ୟୟ ଯୋଗୁ ପ୍ରଭାବିତ ହେବାକୁ ଥିବା ଅଞ୍ଚଳରୁ ଏହି ଗର୍ଭବତୀମାନଙ୍କୁ ସ୍ଥାନାନ୍ତର କରାଯାଇଥିଲା। ସରକାରୀ ସୂଚନାନୁସାରେ ପାଖାପାଖି ୮ ଜିଲାରୁ ୧,୧୫୨ରୁ ୧,୧୭୧ ଗର୍ଭବତୀଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା। ବାତ୍ୟା ବିପର୍ଯ୍ୟୟ ସ୍ଥଳଭାଗ ଛୁଇଁବା ପୂର୍ବରୁ ଉପକୂଳ ଅଞ୍ଚଳରୁ ଲକ୍ଷାଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା।

Share