ଚିନ୍ତା ବଢାଇଲାଣି କରୋନା, ହୁ ହୁ ହୋଇ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୧୧।୧(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୭୦୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୦୭ ଜଣ ପିଲା ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ୍‌। ଆକ୍ରାନ୍ତଙ୍କ ମଧ୍ୟରୁ ୪୧୨୮ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୨୯୪୩ ଜଣ ଲୋକାଲ କେସ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୫୯ ହଜାର ୭୭୩ରେ ପହଞ୍ଚିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୨୨୬ ଆକ୍ରାନ୍ତ ଥିବା ବେଳେ ଅନୁଗୋଳରୁ ୮୩, ବାଲେଶ୍ୱରରୁ ୧୯୮, ବରଗଡରୁ ୮୫, ଭଦ୍ରକରୁ ୫୪, ବଲାଙ୍ଗୀରରୁ ୧୯୦ , ବୌଦ୍ଧରୁ ୨୦, କଟକରୁ ୫୦୫, ଦେବଗଡରୁ ୧୮, ଢେଙ୍କାନାଳରୁ ୫୫, ଗଜପତିରୁ ୪୫, ଗଞ୍ଜାମରୁ ୧୧୧, ଜଗତ୍‌ସିଂହପୁରରୁ ୬୦, ଯାଜପୁରରୁ ୧୩୦, ଝାରସୁଗୁଡାରୁ ୧୪୩, କଳାହାଣ୍ଡିରୁ ୭୩, କନ୍ଧମାଳରୁ ୧୮, କେନ୍ଦ୍ରାପଡାରୁ ୨୭, କେନ୍ଦୁଝରରୁ ୬୫, କୋରାପୁଟରୁ ୧୦୭ , ମୟୂରଭଞ୍ଜରୁ ୨୦୧, କୋରାପୁଟରୁ ୧୦୭, ମାଲକାନଗିରିରୁ ୬, ନବରଙ୍ଗପୁରରୁ ୯୫, ନୟାଗଡରୁ ୩୫, ନୂଆପଡାରୁ ୨୬, ପୁରୀରୁ ୧୫୬, ରାୟଗଡାରୁ ୩୬ ଆକ୍ରାନ୍ତ ଅଛନ୍ତି। ସେହିପରି ସମ୍ବଲପୁରରୁ ୬୦୯, ସୋନପୁରରୁ ୬୧, ସୁନ୍ଦରଗଡରୁ ୧୧୪୭ ଥିବା ବେଳେ ଷ୍ଟେଟ ପୁଲ୍‌ରୁ ୪୮୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Share