ତାଇପେ,୨୬ା୧୨: ଚାଇନା ତା’ର ବିରୋଧୀ ମନୋଭାବରୁ ଓହରିବାର ନାଁ ନେଉନି। ଭାରତ ପରେ ଏବେ ସେ ତାଇଓ୍ବାନ ସୀମାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଛନ୍ତି। ତାଇଓ୍ବାନର ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ଘଣ୍ଟା ମଧ୍ୟରେ ୭୧ଟି ଚାଇନାର ଯୁଦ୍ଧ ବିମାନ ଏବଂ ୭ ଟି ଜାହାଜ ତାଇଓ୍ବାନ ଷ୍ଟ୍ରାଇଟ୍ର କେନ୍ଦ୍ର ସୀମା ଅତିକ୍ରମ କରିଛି। ମନ୍ତ୍ରଣାଳୟ ଏହା ମଧ୍ୟ କହିଛି ଯେ, ଚାଇନା ଆମ ସୀମାରେ ସାମରିକ କାର୍ଯ୍ୟକଳାପ ଜାରି ରଖିଛି।
ଚାଇନା ରବିବାର ତାଇଓ୍ବାନର ଏୟାରରେ ଏକ ‘ଷ୍ଟ୍ରାଇକ ଡ୍ରିଲ’ କରିଥିଲା। ଚାଇନା କହିଛି, ଏହା ତାଇଓ୍ବାନ ଏବଂ ଆମେରିକା ପାଇଁ ଚେତାବନୀ ଥିଲା। ଚାଇନା ନୌବାହିନୀର ଇଷ୍ଟର୍ଣ୍ଣ ଥିଏଟର କମାଣ୍ଡ କହିଛନ୍ତି, ଏହା ତାଇଓ୍ବାନରେ ମିଳିତ ଲାଇଭ୍ ଫାୟାର ଷ୍ଟ୍ରାଇକ୍ ଡ୍ରିଲ୍ କରିଛି।