ଆଜି ରାଜଧାନୀରୁ ୭୧ ପଜିଟିଭ୍‌ ଚିହ୍ନଟ, ବଢୁଛି ସ୍ଥାନୀୟ ସଂକ୍ରମଣ

ଭୁବନେଶ୍ୱର,୩।୪(ବ୍ୟୁରୋ): ଶନିବାର ରାଜଧାନୀ ଭୁବନେଶ୍ୱରରୁ ୭୧ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୫ ଜଣ ଚିହ୍ନଟ ହୋଇଥିବା ବେଳେ ୫୬ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ବିଏମ୍‌ସି ଟୁଇଟ୍‌ କରି ସୂଚନା ଦେଇଛି। ସେହିପରି ଆଜି ରାଜଧାନୀରୁ ୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସୂଚନାଯୋଗ୍ୟ, ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୨,୬୧୮ରେ ପହଞ୍ଚିଥିବା ବେଳେ ୩୧,୯୪୫ ଜଣ ସୁସ୍ଥ ହୋଇଛନ୍ତି। ୪୦୨ ଜଣ ଚିକିିତ୍ସିତ ହେଉଛନ୍ତି। ୨୫୦ ଜଣଙ୍କ ମୃତ୍ୟୁ ଘଟିଛି।

Share