Categories: ଫୁରସତ

ଦ୍ୱୀପରେ ବାସକଲେ ମିଳିବ ୭୧ ଲକ୍ଷ ଟଙ୍କା

ଡୁବଲିନ୍‌: ଦେଶରେ କିଛି ବିପତ୍ତି ଆସିଲେ ଅନେକ ଲୋକ ଛାନିଆ ହୋଇ ସେଠାରୁ ଅନ୍ୟ ଦେଶକୁ ପଳାଇ ଯାଇଥାନ୍ତି। ତେବେ ନିକଟରେ ଏକ ୟୁରୋପିଆନ୍‌ ଦ୍ୱୀପୀୟ ଦେଶ ଆୟର୍ଲାଣ୍ଡ ସରକାର ଦେଶରେ କିଛି ଦ୍ୱୀପ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେଥିପାଇଁ ସେହି ଦ୍ୱୀପରେ ଆସି ବସତି ସ୍ଥାପନ କରିବାକୁ ଚାହୁଁଥିବା ପ୍ରତ୍ୟେକ ଲୋକଙ୍କୁ ୭୧ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛନ୍ତି। ରିପୋର୍ଟ ମୁତାବକ, ଇରିଶ ସରକାର ତାଙ୍କ ଦେଶର ଲୋକସଂଖ୍ୟା ବଢାଇବାକୁ ଲକ୍ଷ୍ୟ ରଖି ଏପରି କରୁଛନ୍ତି। ଦେଶରେ ଏପରି କିଛି ଦ୍ୱୀପ ରହିଛି, ଯେଉଁଠାରେ ଲୋକସଂଖ୍ୟା ମାତ୍ର ୧୬୦, ଯାହା ବେଳକୁ ବେଳ ଶୂନ ହେବାରେ ଲାଗିଛି। ଦେଶର ୩୦ଟି ଦ୍ୱୀପ ବିଷୟରେ ସରକାର ଚିନ୍ତା କରୁଛନ୍ତି। ଯେଉଁଠାକୁ ଯିବାକୁ ମୁଖ୍ୟରାସ୍ତା କି ମୁଖ୍ୟ ବ୍ରିଜ୍‌ ନାହିଁ। ସେଠାକାର ଲୋକସଂଖ୍ୟା ବୃଦ୍ଧି କରାଇବାକୁ ସରକାର ଏହି ପ୍ରୟାସ ଚଳାଇଛନ୍ତି। ସେହି ଦ୍ୱୀପରେ ରହିବାକୁ ହେଲେ ଲୋକଙ୍କୁ ‘ଆମ ଦ୍ୱୀପ’ ନୀତି ହିସାବରେ ୧୯୯୩ ପୂର୍ବରୁ ତିଆରି ହୋଇଥିବା କିଛି ସମ୍ପତ୍ତିକୁ କିଣିବାକୁ ହେବ, ଯାହା ଅତିକମ୍‌ରେ ୨ ବର୍ଷ ହେବ ଖାଲି ପଡ଼ିଥିବ। ଏହି ଯୋଜନା ଅନୁସାରେ, ମିଳିବାକୁ ଥିବା ଧନରାଶି ସାହାଯ୍ୟରେ ଘର ନିର୍ମାଣ ସହ ଅନ୍ୟ କାର୍ଯ୍ୟରେ ତାକୁ ଉପଯୋଗ କରିହେବ। ଏହି ସୂଚନା ମୁତାବକ, ଯିଏ ସେହି ଦ୍ୱୀପରେ ବାସ କରିବାକୁ ଚାହୁଁଥିବେ ସେମାନେ ୧ ଜୁଲାଇରୁ ଏଥିପାଇଁ ଆବେଦନ କରିପାରିବେ।

Share