ଶ୍ରୀନଗର,୧୨।୮ : ଜମ୍ମୁ-କଶ୍ମୀରରେ ସକ୍ରିୟ ଥିବା ଆତଙ୍କବାଦୀଙ୍କ ଉପରେ ସୁରକ୍ଷା ବାହିନୀ କଡା ନଜର ରଖିଛନ୍ତି। କ୍ରମାଗତ ଏନକାଉଣ୍ଟରରେ ପାକିସ୍ତାନୀ ଏବଂ ସ୍ଥାନୀୟ ଆତଙ୍କବାଦୀମାନେ ନିହତ ହେଉଛନ୍ତି। ଗତ ବର୍ଷ ସୁରକ୍ଷା ବାହିନୀ ସହିତ ଏନକାଉଣ୍ଟରରେ ୧୮୭ ଆତଙ୍କବାଦୀ ନିହତ ହୋଇଥିଲେ। ଚଳିତ ବର୍ଷ ଜୁଲାଇ ୨୦ ପର୍ଯ୍ୟନ୍ତ ୩୫ ଜଣ ଆତଙ୍କବାଦୀ ସୁରକ୍ଷା ବାହିନୀର ଗୁଳିର ଶିକାର ହୋଇଛନ୍ତି। ବିଶେଷ କଥା ହେଉଛି ଏଥିରେ ୨୭ ଜଣ ବିଦେଶୀ ଏବଂ ୮ ଜଣ ସ୍ଥାନୀୟ ଆତଙ୍କବାଦୀ ଅଛନ୍ତି।
ସମ୍ପ୍ରତି ଜମ୍ମୁ-କଶ୍ମୀରରେ ୭୧ ଆତଙ୍କବାଦୀ ସକ୍ରିୟ ଅଛନ୍ତି। ସେନା ଏବଂ ଅନ୍ୟାନ୍ୟ ସୁରକ୍ଷା ବାହିନୀ ଦାବି କରିଛନ୍ତି ନିକଟ ଅତୀତରେ କୌଣସି ବଡ଼ ଅନୁପ୍ରବେଶ ହୋଇନାହିଁ। ଏପରି ପରିସ୍ଥିତିରେ, ଆତଙ୍କବାଦୀମାନେ କେଉଁଠାରୁ ଏବଂ କିପରି ପ୍ରବେଶ କଲେ ତାହା ପ୍ରଶ୍ନ ସୃଷ୍ଟି କରିଛି। ଉପତ୍ୟକାରେ କାର୍ଯ୍ୟ କରୁଥିବା ପାକିସ୍ତାନୀ ଆତଙ୍କବାଦୀଙ୍କ ବ୍ୟତୀତ ୩୮ ଜଣ ସ୍ଥାନୀୟ ଆତଙ୍କବାଦୀ ଅଛନ୍ତି। ଅନ୍ୟ ୩୩ ଜଣ ପାକିସ୍ତାନୀ ଆତଙ୍କବାଦୀ ବୋଲି ଜଣାପଡ଼ିଛି।