ଭାରତୀୟ ବିଶ୍ୱବିଦ୍ୟାଳୟରେ ୭୧% ନାମଲେଖାରୁ ବଞ୍ଚିତ

ହାଇଦ୍ରାବାଦ/ଭୁବନେଶ୍ୱର(ବନ୍ଦନା ସେଠୀ),୧୭ା୧୧: ଦେଶର ବିଶ୍ୱବିଦ୍ୟାଳୟଗୁଡ଼ିକରେ ମାତ୍ର ୨୯% ଛାତ୍ରୀଛାତ୍ର ନାମ ଲେଖାଇପାରୁଛନ୍ତି। ଅବଶିଷ୍ଟ ୭୧% ଛାତ୍ରୀଛାତ୍ର ଭାରତୀୟ ୟୁନିଭର୍ସିଟିରେ ପାଠପଢ଼ାର ସୁଯୋଗ ପାଉନାହାନ୍ତି ବୋଲି ନୀତି ଆୟୋଗ ସିଇଓ ବିଭିଆର୍‌ ସୁବ୍ରମଣ୍ୟମ୍‌ ସୂଚନା ଦେଇଛନ୍ତି। ହାଇଦ୍ରାବାଦସ୍ଥିତ ଇଣ୍ଡିଆନ୍‌ ସ୍କୁଲ ଅଫ୍‌ ବିଜ୍‌ନେସ (ଆଇବିଏସ୍‌)ରେ ଶୁକ୍ରବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସୁବ୍ରମଣ୍ୟମ୍‌ କହିଛନ୍ତି, ଗତ ଦଶନ୍ଧିରେ ଦେଶରେ ସପ୍ତାହକୁ ଗୋଟିଏ ବିଶ୍ୱବିଦ୍ୟାଳୟ ଓ ୨ଟି ଲେଖାଏ କଲେଜ ପ୍ରତିଷ୍ଠା କରାଯାଇଛି। ଏହାସତ୍ତ୍ୱେ ପିଲାଙ୍କ ଶିକ୍ଷା ଆବଶ୍ୟକତାକୁ ପୂରଣ କରାଯାଇପାରୁ ନାହିଁ। ଆଜି ଭାରତରେ ଥିବା ୧,୨୦୦ ବିଶ୍ୱବିଦ୍ୟାଳୟରେ ମାତ୍ର ୨୯% ଛାତ୍ରୀଛାତ୍ର ନାମ ଲେଖାଇପାରୁଛନ୍ତି। ଅନୂ୍ୟନ ୫୦% ଛାତ୍ରୀଛାତ୍ରଙ୍କୁ ଉଚ୍ଚଶିକ୍ଷାର ସୁଯୋଗ ଦେବାକୁ ହେଲେ ଭାରତରେ ୨,୫୦୦ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବା ଆବଶ୍ୟକ। ଏହି ଅବସରରେ ସେ ଦେଶର ଡିଜିଟାଲ ଅଗ୍ରଗତିକୁ ପ୍ରଶଂସା କରିଛନ୍ତି। ଡିଜିଟାଲ ଓ୍ବାଲର୍‌ଡରେ ଭାରତ ସବୁଠୁ ବଡ଼ ଲାବରେଟୋରି। ବର୍ତ୍ତମାନ ପ୍ରାୟ ୫୦% ବୈଶ୍ୱିକ ଆର୍ଥିକ କାରବାରର ପ୍ରକ୍ରିୟାକରଣ ଭାରତ କରୁଥିବା ସେ କହିଛନ୍ତି। ୨୦୪୭ ସୁଦ୍ଧା ଭାରତକୁ ୩୦ ଟ୍ରିଲିୟନ୍‌ ଡଲାର ଅର୍ଥନୀତିରେ ପରିଣତ କରିବାକୁ ହେଲେ ଦେଶର ଭିତ୍ତିଭୂମିକୁ ସଜାଡ଼ି ବୈଷୟିକ ପଦକ୍ଷେପ ନେବାକୁ ପଡ଼ିବ ବୋଲି ସୁବ୍ରମଣ୍ୟମ୍‌ ଗୁରୁତ୍ୱାରୋପ କରିଛନ୍ତି। ଅନ୍ୟପକ୍ଷେ ଭାରତୀୟ ୟୁନିଭର୍ସିଟିଗୁଡ଼ିକ ବିଶ୍ୱର ଅନ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକ ସହ ସମକକ୍ଷ ହୋଇପାରୁ ନ ଥିବାରୁ କେବଳ ସଂଖ୍ୟାବୃଦ୍ଧି କରିଦେଲେ ହେବ ନାହିଁ, ବରଂ ଭିତ୍ତିଭୂମି ସାଙ୍ଗକୁ ଗୁଣାମତ୍କ ଶିକ୍ଷାଦାନ କରିବାକୁ ପଡ଼ିବ ବୋଲି ମତ ପ୍ରକାଶ ପାଇଛି।

ବିଶ୍ୱବିଦ୍ୟାଳୟ ସଂଖ୍ୟା ବୃଦ୍ଧି ନେଇ ନୀତି ଆୟୋଗ ସିଇଓ ଦେଇଥିବା ମନ୍ତବ୍ୟ ଉପରେ ଫକୀର ମୋହନ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ କହିଛନ୍ତି, ଯେଉଁ ଦେଶଗୁଡ଼ିକରେ ଶିକ୍ଷାର ମାନ ବଢିଛି, ସେଠାରେ ବିଶ୍ୱବିଦ୍ୟାଳୟ ସଂଖ୍ୟା ସାଙ୍ଗକୁ ଶିକ୍ଷକ ଏବଂ ଗବେଷଣା ବୃଦ୍ଧି ପାଇଛି। ଶିକ୍ଷାର ମାନ ବୃଦ୍ଧି ପାଇଁ ଯେଉଁସବୁ ସହାୟତା ଦରକାର ତାହା ମଧ୍ୟ ବୃଦ୍ଧି ପାଇଛି। ବହୁ ସମୟରେ ପାଶ୍ଚାତ୍ୟ ଦେଶଗୁଡ଼ିକ ସହ ଆମ ଶିକ୍ଷା ବ୍ୟବସ୍ଥାର ତୁଳନା କରାଯାଉଛି। ସେଠାରେ ଅଧିକାଂଶ ବିଶ୍ୱବିଦ୍ୟାଳୟ ଘରୋଇ ହୋଇଥିଲେ ହେଁ, ତାହା ବ୍ୟବସାୟଭିତ୍ତିକ ବା ଲାଭ ପାଇଁ ହୋଇ ନ ଥାଏ। ପିଲାମାନେ କିପରି ଗୁଣାତ୍ମକ ଶିକ୍ଷା ପାଇବେ ସେଥିପ୍ରତି ଧ୍ୟାନ ଦିଆଯାଉଛି। ଏଥିସହ ଶିକ୍ଷକମାନଙ୍କର ଗୁଣାତ୍ମକ ଅଭିବୃଦ୍ଧିକୁ ମଧ୍ୟ ଦୃଷ୍ଟି ଦିଆଯାଉଛି।

ମାତ୍ର ଆମ ଶିକ୍ଷା ବ୍ୟବସ୍ଥା ଏକ ସାଧାରଣ ଶିକ୍ଷା ବ୍ୟବସ୍ଥା ହୋଇଯାଇଛି। ଏଠାରେ ଯେଉଁ କେତେକ ଘରୋଇ ବିଶ୍ୱବିଦ୍ୟାଳୟ ଖୋଲିଛି ସେମାନେ କେବଳ ଲାଭ ପାଇଁ ବ୍ୟସ୍ତ ରହୁଛନ୍ତି। ତେଣୁ କେବଳ ସଂଖ୍ୟା ବଢିଲେ ହେବନାହିଁ, ବିଶ୍ୱବିଦ୍ୟାଳୟର ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ୟ ବଢ଼ାଇବା ଦରକାର। ନଚେତ୍‌ ପିଲାମାନଙ୍କୁ ଦିଆଯାଉଥିବା ଶିକ୍ଷା କେତେଦୂର କାମରେ ଲାଗିଲା ତାହା ପ୍ରଶ୍ନବାଚୀ ହୋଇ ରହିଯିବ। ସେହିପରି ଶିକ୍ଷାବିତ୍‌ ପ୍ରଫେସର ରଘୁନାଥ ପଣ୍ଡା କୁହନ୍ତି, ଆମର ଯେତିକି ବିଶ୍ୱବିଦ୍ୟାଳୟ ଅଛି, ତା’ଠାରୁ ପିଲାସଂଖ୍ୟା ଅଧିକ ରହୁଛି। ଶିକ୍ଷା ପ୍ରତ୍ୟେକ ପିଲାଙ୍କ ଅଧିକାର। ତେଣୁ ଆମକୁ ସେହି ଅନୁପାତରେ ବିଶ୍ୱବିଦ୍ୟାଳୟ ସଂଖ୍ୟା ବୃଦ୍ଧି କରିବାକୁ ପଡ଼ିବ। ବିଶ୍ୱବିଦ୍ୟାଳୟରେ କ୍ୱାଲିଫାଏଡ୍‌ ଟିଚର୍‌ ରହିବା ଦରକାର। ଏଠାରେ ପାଠପଢ଼ା ସହିତ ରିସର୍ଚ୍ଚ ହେଉଛି। ଏହାର ଲାଇବ୍ରେରି ଉପରେ ବାହାର ରାଜ୍ୟ ତଥା ଦେଶର ଲୋକ ନିର୍ଭର କରୁଛନ୍ତି। ତେଣୁ କେବଳ ସଂଖ୍ୟା ବଢ଼ାଇଲେ ହେବନାହିଁ, ପ୍ରଥମେ ତାହାର ଭିତ୍ତିଭୂମିର ବିକାଶ କରିବା ଦରକାର। ଅପରପକ୍ଷେ ଏବେ ବହୁ ଲୋକ ବିଶ୍ୱବିଦ୍ୟାଳୟକୁ ବ୍ୟବସାୟଭିତ୍ତିକ ଭାବେ ବ୍ୟବହାର କରୁଛନ୍ତି। ଫଳରେ କ୍ୱାଲିଟି ଏଜୁକେଶନ୍‌ ମିଳିପାରୁନାହିଁ। ୟୁଜିସି ଗାଇଡ୍‌ଲାଇନ୍‌କୁ ଅନେକେ ପାଳନ କରୁନାହାନ୍ତି। ତେଣୁ ଏ ସବୁ ଦିଗକୁ ଧ୍ୟାନ ନ ହେଲେ, ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ମିଳିପାରିବ ନାହିଁ। ଯୁକ୍ତ୩ ଛାତ୍ର ବିଶାଳ ବେହେରା କହିଛନ୍ତି, ପ୍ରତିବର୍ଷ ଲକ୍ଷଲକ୍ଷ ପିଲା ପାସ୍‌ କରି ବିଶ୍ୱବିଦ୍ୟାଳୟରେ ପଢ଼ିବାକୁ ରେସ୍‌ରେ ଦୌଡୁଛନ୍ତି। କିଛି ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ରୀମାନଙ୍କୁ ସେମାନଙ୍କ ଯୋଗ୍ୟତା ଅନୁଯାୟୀ ଆଡ୍‌ମିଶନ ମିଳୁଛି, ମାତ୍ର ଅନେକ ସ୍ଥାନରେ ଧରାଧରି କିମ୍ବା ଡୋନେସନ୍‌ରେ କାମ ହେଉଛି। ଫଳରେ ଯୋଗ୍ୟ ପିଲା ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ତେଣୁ ଆମ ଦେଶରେ ପିଲାଙ୍କ ଅନୁପାତରେ ବିଶ୍ୱବିଦ୍ୟାଳୟ ନିର୍ମାଣ ହେବା ସହ ସେଠାରେ କିପରି ସ୍ବଚ୍ଛତା ରହିବ ସେ ନେଇ ଧ୍ୟାନ ଦେବା ଆବଶ୍ୟକ। ଏଥିସହ ଯେଉଁ ବିଶ୍ୱବିଦ୍ୟାଳୟରେ ପଡିଥିବା ଖାଲି ସିଟ୍‌କୁ ତୁରନ୍ତ ପୂରଣ କରିବା ଆବଶ୍ୟକ। ସେହିପରି ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରୀ ସରିତା ମହାନ୍ତି କହିଛନ୍ତି, ହାତଗଣତି ସରକାରୀ ବିଶ୍ୱବିଦ୍ୟାଳୟକୁ ଛାଡିଦେଲେ ବାକି ଘରୋଇ ବିଶ୍ୱବିଦ୍ୟାଳୟରେ ବିନା ଡୋନେଶନ୍‌ରେ ସିଟ୍‌ ପାଇବା ସମ୍ଭବ ହେଉନାହିଁ। ତେଣୁ ଅଧିକ ସରକାରୀ ବିଶ୍ୱବିଦ୍ୟାଳୟ ଖୋଲିବା ଦରକାର। ତେବେ ଏହା ପୂର୍ବରୁ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟଗୁଡ଼ିକରେ ଖାଲି ପଡିଥିବା ପଦବୀ ପୂରଣ ପାଇଁ ତ୍ୱରିତ ପଦକ୍ଷେପ ଆବଶ୍ୟକ। ନଚେତ୍‌ ପିଲାମାନଙ୍କୁ କଲେଜରେ ଗୁଣାତ୍ମକ ଶିକ୍ଷା ମିଳିବ ନାହିଁ ଏବଂ ବିଶ୍ୱବିଦ୍ୟାଳୟରେ ସେମାନଙ୍କୁ ସିଟ୍‌ ପାଇବା କଷ୍ଟକର ହୋଇପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ରୋମାଞ୍ଚକ ମ୍ୟାଚରେ ପଞ୍ଜାବ ବିଜୟୀ, ମାତ୍ର ୯୫ ସ୍କୋରରେ କୋଲକାତା ଅଲଆଉଟ୍‌

ଚଣ୍ଡିଗଡ଼,୧୫ା୪: ଚଳିତ ଆଇପିଏଲ୍‌ରେ ମଙ୍ଗଳବାର ଖେଳାଯାଇଥିବା ଏକ ରୋମାଞ୍ଚକ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ୧୬ ରନରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ପରାସ୍ତ କରିଛି। ପଞ୍ଜାବ...

ଲଭର୍‌ ବଏ ଲୁକ୍‌ରେ ମାହି, ହାତରେ ଲାଲ୍‌ ହୃଦୟ ବେଲୁନ୍‌ ଧରି କହୁଛନ୍ତି ଡାଏଲଗ୍‌; ଅଭିନୟରେ କରିବେ ଡେବ୍ୟୁ!

ମୁମ୍ବାଇ: କ୍ରିକେଟର ଥାଲାଇଭା ଅର୍ଥାତ ମହେନ୍ଦ୍ର ସିଂ ଧୋନୀଙ୍କୁ କିଏ ବା ଭଲ ନ ପାଏ। କେହି କ୍ରିକେଟ ପ୍ରଶଂସକ ହୁଅନ୍ତୁ କି ନ ହୁଅନ୍ତୁ,...

ବିବାହର ୯ ବର୍ଷ ପରେ ଛାଡ଼ପତ୍ର ନେବାକୁ ଯାଉଛନ୍ତି ଦିବ୍ୟଙ୍କା? ଜାଣନ୍ତୁ ଖବର ପଛର ସତ

ମୁମ୍ବାଇ: ଟେଲି ପରଦାର ଲୋକପ୍ରିୟ ଯୋଡ଼ି ମଧ୍ୟରୁ ଦିବ୍ୟଙ୍କା ତ୍ରିପାଠୀ ଏବଂ ବିବେକ ଦହିଆଙ୍କ ଯୋଡ଼ି ଅନ୍ୟତମ। ଦୁହିଁଙ୍କ ବିବାହକୁ ଇତି ମଧ୍ୟରେ ୯ ବର୍ଷ...

ଏବର୍ଷ ମୌସୁମୀରେ କିପରି ହେବ ବର୍ଷା ? IMDର ବଡ଼ ଭବିଷ୍ୟବାଣୀ, ତାତିକୁ ନେଇ ବି କଲା ସତର୍କ

ନୂଆଦିଲ୍ଲୀ,୧୫।୪: ଆଗାମୀ ମୌସୁମୀ ଋତୁରେ ଭାରତରେ ସ୍ବାଭାବିକଠାରୁ ଅଧିକ ବୃଷ୍ଟିପାତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ମଙ୍ଗଳବାର କହିଛି। ଫଳରେ କୃଷିଭିତ୍ତିକ ଅର୍ଥନୀତି...

କେରଳରେ ବସ୍‌ ଧକ୍କାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

ମୋହନା,୧୫ା୪ (ମନ୍ମଥ ମିଶ୍ର): ଗଜପତିରେ ପୁଣି ଦାଦନ ଦୁଃଖ। କେରଳରେ ବସ ଧକ୍କାରେ ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ସେ ହେଲେ ମୋହନା ଥାନା...

ନାରୀ ନିର୍ଯାତନା-ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦ: ଦାରିିଙ୍ଗବାଡ଼ିରେ କଂଗ୍ରେସର ମଶାଲ ଶୋଭାଯାତ୍ରା

ଦାରିଙ୍ଗବାଡି,୧୫।୪ (ଅରୁଣ ସାହୁ)- ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ଓ ରନ୍ଧନ ଗ୍ୟାସର ଦରବୃଦ୍ଧି ପ୍ରତିବାଦରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ କଂଗ୍ରେସ ପକ୍ଷରୁ ମଶାଲ...

ପଞ୍ଚାୟତ ଉପ-ନିର୍ବାଚନ ପୂର୍ବରୁ ଅଗ୍ନିପରୀକ୍ଷା, କ’ଣ କରିବ ବିଜେଡି? କଂଗ୍ରେସ ପାଇଁ ବଡ଼ ଚ୍ୟାଲେଞ୍ଜ

ଭୁବନେଶ୍ୱର,୧୫।୪: ଲୋକପ୍ରିୟତାର ପରୀକ୍ଷା ହେବ ଉପ ନିର୍ବାଚନ। ଛୋଟ ନିର୍ବାଚନ ହେଲେ ଦେଖେଇବ ବଡ଼ ପ୍ରଭାବ। ଆଗକୁ ରାଜ୍ୟର ପ୍ରମୁଖ ୩ଦଳ ବିଜେଡି ଭାଜପା ଓ...

ସୁଶାନ୍ତ ମହାପାତ୍ର ହେଲେ ବରଗଡ଼ ଜିଲା ବିଜେଡି ସଭାପତି

ବରଗଡ଼, ୧୫।୪(ପ୍ରେମାନନ୍ଦ ଖମାରୀ): ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ବରଗଡ଼ର ଯୁବ ସଂଗଠକ ତଥା ବର୍ତ୍ତମାନର ଜିଲା ବିଜେଡି କାର୍ଯ୍ୟକାରୀ ସଭାପତି ସୁଶାନ୍ତ ମହାପାତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image