Categories: ଫୁରସତ

ଗର୍ଲ ଫ୍ରେଣ୍ଡଙ୍କୁ ଦେଖା କରିବାକୁ ଲକ୍‌ଡାଉନ ନିୟମ ଭାଙ୍ଗିଲେ ୭୧ ବର୍ଷର ମେୟର: ସିଡିଚଢି ଝରକା ବାଟେ କଥା ହେଲେ

ଲିସେଷ୍ଟର ସିଟି: ବ୍ରିଟେନର ଲିସେଷ୍ଟର ସିଟିରେ ଜଣେ ୭୧ ବର୍ଷ ବୟସ୍କ ଲେବର ପାର୍ଟିର ମେୟର ସର୍‌ ପିଟର ସୋଲସବିଙ୍କର ଏବେ ବେଶ ‌ ଚର୍ଚ୍ଚା ହେଉଛି। ସେ ଲକ୍‌ଡାଉନ୍‌ ନିୟମ ଉଲ୍ଲଘଂନ କରିଛନ୍ତି। ତେବେ ସେ ଗର୍ଲ ଫ୍ରେଣ୍ଡଙ୍କ ପାଇଁ ଏହି ନିୟମ ଭାଙ୍ଗିଥିବାରୁ ଏହା ଚର୍ଚ୍ଚାର ବିଷୟ ପାଲଟି ଯାଇଛି।  ସେ କେବଳ ଗର୍ଲ ଫ୍ରେଣ୍ଡଙ୍କୁ ଦେଖା କରି ନାହାନ୍ତି ବରଂ ତାଙ୍କ ସହ ରାତି କାଟିଛନ୍ତି ବୋଲି କୁହାଯାଉଛି।  ସୋଲସବି ଏପ୍ରିଲ ଓ ମେ’ ମାସରେ ତାଙ୍କ ୬୪ ବର୍ଷୀୟା ଗର୍ଲ ଫ୍ରେଣ୍ଡ ସମର୍ସଲ୍ୟାଣ୍ଡଙ୍କ ଘରକୁ ଲଗାତର ଯା’ଆସ କରୁଥିଲେ। ଏମିତିକି ତାଙ୍କ ଘରର କିଛି କାମରେ ବି ସାହାଯ୍ୟ କରୁଥିଲେ। ସମର୍ସଲ୍ୟାଣ୍ଡଙ୍କ ପଡୋଶୀମାନେ ମଧ୍ୟ ଏହା ଦେଖିଥିବା ପ୍ରକାଶ କରିଛନ୍ତି। ତେବେ କରୋନା ଭାଇରସକୁ ନେଇ ଲାଗୁ କରାଯାଇଥିବା ଲକ୍‌ଡାଉନ ସମୟରେ ମେୟର ତାଙ୍କ ପ୍ରେମିକାଙ୍କୁ ଦେଖା କରିବାକୁ ଯାଇ ସିଡିରେ ଚଢି ଝରକା ପାଖରେ କଥା ହେଉଥିବାର ଫଟୋ ଓ ଭିଡିଓ ପଡୋଶୀମାନଙ୍କ ଦ୍ୱାରା ଉଠାଯାଇଛି। ରୋଚକ କଥା ହେଉଛି ମେୟର କରୋନାଠାରୁ ଦୂରେଇ ରହିବାକୁ ହେଲେ ଘରେ ରହିବାକୁ ଲୋକଙ୍କୁ ପରାମର୍ଶ ଦେଉଥିବା ସମୟରେ ସେ କିନ୍ତୁ ନିଜେ ତାଙ୍କ ପ୍ରେମିକାଙ୍କୁ ଦେଖିବାକୁ ଆସୁଥିବାରୁ ଏହା ଚର୍ଚ୍ଚାକୁ ଆସିଥିଲା। ଏସବୁ ଘଟଣା ଜଣାପଡିବା ପରେ ପୋଲିସ ମେୟରଙ୍କ ସହ କଥା ହେବା ସହ ତାଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଥିଲା। ହେଲେ ସେ କହିଥିଲେ ମୋ ଦ୍ୱାରା କାହାକୁ କରୋନା ସଂକ୍ରମଣ ହୋଇଥିବା କୁହାଯାଇ ନ ପାରେ। ଲକ୍‌ଡାଉନ ନିୟମ ଦୁଇଟି ଆତ୍ମାକୁ ବିରୋଧ କରୁଥିବା ବେଳେ ଏହା କିନ୍ତୁ ଲକ୍‌ଡାଉନ ନିୟମର ବିରୁଦ୍ଧ ନୁହେଁ ବୋଲି ସେ କୁଆଡେ ମତ ଦେଇଥିଲେ।

Share